ପୁଅର ଚିକିତ୍ସା ପାଇଁ ପୁଲିସ କର୍ମୀ ପାଲଟିଲେ ଚୋର, ଦୁଇଥର ହେଲେଣି ଗିରଫ

Advertisment
ପୁଅର ଚିକିତ୍ସା ପାଇଁ ପୁଲିସ କର୍ମୀ ପାଲଟିଲେ ଚୋର, ଦୁଇଥର ହେଲେଣି ଗିରଫ

ନୂଆଦିଲ୍ଲୀ: କର୍ଣ୍ଣାଟକ ପୁଲିସ ଜଣେ ପୂର୍ବତନ ପୁଲିସକର୍ମୀଙ୍କୁ ଗିରଫ କରିଥିବା ଗତ ବୁଧବାର ସୂଚନା ମିଳିଛି। ଗିରଫ ପୂର୍ବତନ ପୁଲିସକର୍ମୀଙ୍କ ନାମ ନଜିର ଅହମ୍ମଦ ଇମ୍ରାନ ଓରଫ ପିଲାକଲ ନଜିର ବୋଲି ଜଣାପଡିଛି। ନଜିର ଭାରତ ଆସିବା ପୂର୍ବରୁ ବହରିନରେ ନଅ ବର୍ଷ ପର୍ଯ୍ୟନ୍ତ ପୁଲିସ କର୍ମଚାରୀ ଭାବରେ କାମ କରିଥିଲେ।

୧୪ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ନଜିର ଅହମ୍ମଦ ଇମ୍ରାନଙ୍କୁ ଗିରଫ କରାଯାଇଛି। ତାଙ୍କ ପୁଅ କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ନଜିର ଏକ ପେସାଦାର କାର ଚୋର ହୋଇ ଯାଇଥିଲେ। ୨୦୦୮ ମସିହାରେ ଅଶୋକନଗର ପୁଲିସ ମଧ୍ୟ ନଜିରଙ୍କୁ ଗିରଫ କରିଥିଲା। ତେବେ ଜାମିନରେ ସେ ଜେଲ ବାହାରକୁ ଆସିଥିଲେ। ଜେଲରୁ ବାହାରିବା ପରେ ମଧ୍ୟ ସେ ଅପରାଧ ଜାରି ରଖିଥିଲେ। ନିକଟରେ ଏକ ସେବା କେନ୍ଦ୍ରରୁ  ଏସୟୁଭି କାର ଚୋରି କରୁଥିବା ବେଳେ ବ୍ୟାତରୟାନପୁରା ପୁଲିସ ତାଙ୍କୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ସେ ତାଙ୍କ ପୁଅର କର୍କଟ ଚିକିତ୍ସା ପାଇଁ ଏହି ଅପରାଧ କରିଛନ୍ତି। ସେ ଗାଡି ଚୋରି କରି ନକଲି ଡକ୍ୟୁମେଣ୍ଟ ତିଆରି କରି ବିକ୍ରି କରି ଦେଇଥାଆନ୍ତି। ବେଙ୍ଗାଲୁରୁ ସହର ଏବଂ କେରଳର ବିଭିନ୍ନ ସ୍ଥାନରେ ଗାଡି ଚୋରି ଘଟଣାରେ ନଜିର ସମ୍ପୃକ୍ତ ଥିବା ପୁଲିସ କହିଛି।  ଏହି ଘଟଣାର ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe