ହୃଦୟହୀନ ହୃଦାନନ୍ଦ: ଟାଙ୍ଗିଆରେ ହାଣି ବାପାକୁ ହତ୍ୟା କଲା, ମାଟି ଖୋଳି ଶବକୁ ଲୁଚାଇଲା ସୈତାନ ପୁଅ...

New Project

ଦେବଗଡ଼: ବାପ-ପୁଅ ସଂପର୍କରେ ଦାଗ । ନିଜର ଜନ୍ମକଲା ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପୁଅ । ଏପରିକି ହତ୍ୟା କରିବା ପରେ ବାପାଙ୍କ ଶବକୁ ମାଟି ଖୋଳି ‌ପୋତି ଦେଇଥିଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବାରକୋଟ ଥାନାଚଂଳର ଔତଳ ଗ୍ରାମରେ। ମୃତକ ହେଲେ ସେହି ଗ୍ରାମର ବଳଭଦ୍ର ବେହେରା(୬୫)। ସୂଚନା ପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପଂହଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ପୁଅ ହୃଦାନନ୍ଦଙ୍କୁ ଅଟକ ପୁଲିସ ଅଧିକ ତଦନ୍ତ ଚଳାଇଛି । 

WhatsApp Image 2025-10-08 at 20.09.04

ସୂଚନା ଅନୁଯାୟୀ, ଆଜି ସକାଳେ ମେଣ୍ଢା ମାଂସ ବିକ୍ରି କରିବା ପାଇଁ ହୃଦାନନ୍ଦ ନେଉଥିଲେ । ତେବେ ତାଙ୍କ ବାପା ବଳଭଦ୍ର ମେଣ୍ଢା ମାଂସ ବିକ୍ରି ପାଇଁ ପୁଅ ହୃଦାନନ୍ଦଙ୍କୁ ବାରଣ କରିଥିଲେ । ଉକ୍ତ ଘଟଣାକୁ ନେଇ ବଳଭଦ୍ର ଓ ହୃଦାନନ୍ଦ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ହୃଦାନନ୍ଦ ଟାଙ୍ଗିଆ ସାହାର୍ଯ୍ୟରେ ତାଙ୍କ ବାପା ବଳଭଦ୍ରଙ୍କ ହାଣି ହତ୍ୟା କରିଥିଲେ । ଘଟଣାସ୍ଥଳରେ ହିଁ ବଳଭଦ୍ରଙ୍କ ମୃତ୍ୟୁ ଘଟିଥିଲା । 

ତେବେ ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ପୁଅ ହୃଦାନନ୍ଦ ବାପାଙ୍କ ମୃତଦେହକୁ ମାଟି ଖୋଳି ପୋତି ଦେଇଥିଲା। ସ୍ଥାନୀୟ ଗ୍ରାମବାସୀ ଏନେଇ ଆଜି ବାରକୋଟ ଥାନା ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହାସହିତ ସାଇଣ୍ଟିଫିକ ଟିମ ଘଟଣାସ୍ଥ‌ଳରେ ପଂହଚି ତଦନ୍ତ କରିଥିଲା।ହତ୍ୟା ଏବଂ ଶବ ପୋତିବାରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe