ହାଟକୁ ଯିବା ପାଇଁ ଟଙ୍କା ମାଗିଲେ ବୋଲି ବାପାକୁ ପିଟି ପିଟି ମାରିଦେଲା ପୁଅ

ମୁନିଗୁଡ଼ାରେ ଅଜଣା ରୋଗ ଆତଙ୍କ : ୨ ମାସରେ ଆଖି ବୁଜିଲେଣି ୧୦, ଅନେକ ଆକ୍ରାନ୍ତ

image source--indiatoday

ଭୁବନେଶ୍ୱର : ହାଟକୁ ଯିବା ପାଇଁ ଟଙ୍କା ମାଗିବାରୁ ବାପାକୁ ଠେଙ୍ଗା‌ରେ ପିଟି ପିଟି ମାରିଦେଲା ପୁଅ। ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାର ସାହୁ କଲୋନିରେ ଆଜି ଏଭଳି ଏକ ବର୍ବର ହତ୍ୟାକାଣ୍ଡ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ବିଜୟ ସ୍ବାଇଁ। ପଡ଼ୋଶୀଙ୍କଠାରୁ ଖବର ପାଇ ପୁଲିସ ବିଜୟଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଅଭିଯୁକ୍ତ ପୁଅ କୁନା ସ୍ବାଇଁକୁ ଗିରଫ କରିଛି। ଆସନ୍ତାକାଲି ତାକୁ କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି। ଅପରପକ୍ଷେ ପୁଲିସ ଘଟଣାସ୍ଥଳରୁ ରକ୍ତଲଗା ଏକ ଠେଙ୍ଗା ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, କୁନା ଆଜି କାମ ସାରି ସଂଧ୍ୟାରେ ଘରକୁ ଫେରିଥିଲା। ଏହି ସମୟରେ ତା’ ବାପା ବିଜୟ ସ୍ବାଇଁ ହାଟକୁ ଯିବା ପାଇଁ କୁନାକୁ କିଛି ଟଙ୍କା ମାଗିଥିଲେ। ତେବ‌େ କୁନା ସଫା ସଫା ମନା କରିଦେବାରୁ ବାପ-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିବାରୁ କୁନା ଘର ଭିତରେ ଥିବା ଠେଙ୍ଗା ଆଣି ବିଜୟଙ୍କୁ ନିର୍ଧୂମ୍‌ ପିଟିଥିଲା। ସେଥିମଧ୍ୟରୁ ଗୋଟିଏ ପାହାର ବିଜୟଙ୍କ ମୁଣ୍ଡରେ ବାଜିବାରୁ ସେ ଟଳି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ବିଜୟଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଚନ୍ଦ୍ରଶେଖରପୁର ଥାନାକୁ ଖବର ଦେଇଥିଲେ। କିନ୍ତୁ ପୁଲିସ ପହଞ୍ଚିବା ବେଳକୁ ବିଜୟଙ୍କ ମୃତ୍ୟୁ ହୋଇସାରିଥିଲା। ପୁଲିସ ବିଜୟଙ୍କ ଶବକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ଅପରପକ୍ଷେ ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି କୁନାକୁ ଗିରଫ କରିବା ସହ ଅଧିକ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe