ପିତା ଠାରୁ ପୁଅର ବୟସ ତିନିବର୍ଷ ଅଧିକ ! ଘଟଣାଟି କ’ଣ ଜାଣନ୍ତୁ

Advertisment
ପିତା ଠାରୁ ପୁଅର ବୟସ ତିନିବର୍ଷ ଅଧିକ ! ଘଟଣାଟି କ’ଣ ଜାଣନ୍ତୁ

ଗୋପାଳଗଞ୍ଜ: ଜଣେ ବ୍ୟକ୍ତି ଚୌକିଦାରୀ ଚାକରି ପାଇବା ପାଇଁ ନିଜର ବୟସ ହ୍ରାସ କରିଥିବା ଘଟଣା ସାମ୍ନାକୁ ଆସିଛି। ସେ ଚାକିରି ପାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ହେଁ ସେଥିରେ ଅସଫଳ ରହିଥିଲେ। ଶେଷର ପୁଅକୁ ଚାକିରି ଦେବା ପାଇଁ ଆବେଦନ କରିଥିଲେ। ଚାକିରି ପାଇବା ପାଇଁ ବାପ-ପୁଅ ଏମିତି ଖେଳ ଖେଳିଥିଲେ କି ପିତାର ବୟସଠାରୁ ପୁତ୍ରରୁ ବୟସ ୩ବର୍ଷ ଅଧିକ ଥିଲା ।

ସୂଚନାଯୋଗ୍ୟ, ଗୋପାଳଗଞ୍ଜର ବିଜୟୀପୁର ଥାନା ଅଞ୍ଚଳରେ ମିଶ୍ର ଅଧୈଲା ଗ୍ରାମରେ ଏମିତି ଘଟଣା ଘଟିଛି। ବିଜୟୀପୁର ଥାନାରେ ଅଧୈଲା ଗ୍ରାମର ରାମାଝା ଗୋଣ୍ଡ ଚୌକିଦାର ଥିଲେ, ଯାହାଙ୍କ ନିଧନ ହୋଇଯାଇଥିଲା। ଅନୁକମ୍ପା ଆଧାରରେ ଚାକିରି ପାଇବା ପାଇଁ ପରିବାରଲୋକେ ଦାବି କରିଥିଲେ। ଚାକିରି ଲୋଭରେ ରମେଶ ଗୋଣ୍ଡ ନିଜର ବୟସ ହ୍ରାସ କରି ଉତ୍ତର ପ୍ରଦେଶ ବୋର୍ଡରୁ ୨୦୧୭ରେ ହାଇସ୍କୁଲ ବୋର୍ଡ ପରୀକ୍ଷା ଦେଇଥିଲା। ଏହି ମାମଲା ବିଷୟରେ କେହିକାଳେ ଜାଣିନେବେ ସେନେଇ ଭୟ ରହିଥିଲା। ଏହାପରେ ରମେଶ ଗୋଣ୍ଡ ନିଜ ସ୍ଥାନରେ ପୁଅ ସୋନୁ ଗୋଣ୍ଡଙ୍କୁ ଚାକିରି ଦେବା ପାଇଁ ଆବେଦନ କରିଥିଲା। ସୋନୁ ୨୦୧୬ରେ ମାଟ୍ରିକ୍‌ ପରୀକ୍ଷା ଦେଇଥିଲା। ହାଇସ୍କୁଲ ପ୍ରାମାଣ ପତ୍ରରେ ସୋନୁର ଜନ୍ମ ୧୯୯୮ ମସିହା ସେପ୍ଟେମ୍ବର ୧୩ ତାରିଖ ଥିଲା। ଏହି ହିସାବରେ ସୋନୁ ଗୋଣ୍ଡଙ୍କ ବୟସ ପିତାଠାରୁ ୩ବର୍ଷ ଅଧିକ ରହିଥିଲା। ରମେଶ ଗୋଣ୍ଡଙ୍କ ଭାଇ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe