ଅଭିଯୁକ୍ତା ଭଉଣୀ ତାର ଦୋଷ ସ୍ବୀକାର କରିଛି; ଦଣ୍ଡତ ତ ନିଶ୍ଚୟ ମିଳିବ; ସୋନମର ଭାଇ

New Projewetwetct (24)

ଇନ୍ଦୋର: ମେଘାଳୟରେ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାକୁ ନେଇ ମୁଖ୍ୟ ଅଭିଯୁକ୍ତ ସୋନମ ରଘୁବଂଶୀଙ୍କ ଭାଇ ହତ୍ୟାକାରୀ ଭଉଣୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ପୁଲିସ ସୋନମ ଏବଂ ସହ-ଅଭିଯୁକ୍ତ ରାଜ କୁଶୱାହାଙ୍କୁ ୧୩ ଦିନିଆ ନ୍ୟାୟିକ ହାଜତକୁ ପଠାଇ ମାମଲାର ତଦନ୍ତ କରୁଛି। ଏଥିସହିତ ଏସଆଇଟି  ଅପରାଧ ଦୃଶ୍ୟକୁ ପୁନଃନିର୍ମାଣ କରିଛି। ଏହି ମାମଲାରେ ଏଯାବତ ମୋଟ ୫ ଜଣଙ୍କୁ ପୁଲିସ ଗିରଫ କରିଛି।

ସୋନମ ରଘୁବଂଶୀଙ୍କ ଭାଇ ଗୋବିନ୍ଦ ରଘୁବଂଶୀ କହିଛନ୍ତି, ‘ପୁଲିସ ତାର କାମ ଠିକ ଭାବେ କରୁଛି। ଏହା ସତ୍ତ୍ବେ ବି ମୁଁ ୫ଜଣ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରୁଛି।।  ଇତି ମଧ୍ୟରେ ସୋନମ ତାର ଅପରାଧ ସ୍ୱୀକାର କରିଛି। ତେଣୁ ତାକୁ କଠୋର ଦଣ୍ଡ ଦିଆଯିବା ଉଚିତ। ପୁଲିସ ଆମ ପରିବାରଲୋକଙ୍କ ବୟାନ ରେକର୍ଡ କରିଛି। ଆବଶ୍ୟକ ପଡ଼ିଲେ ଯଦି ପୁଲିସ ଆମମାନଙ୍କୁ ସିଲଂକୁ ଡାକିବ, ତେବେ ଆମେ ନିଶ୍ଚୟ ଯିବୁ।’

ରାଜା ରଘୁବଂଶୀଙ୍କ ହତ୍ୟା ମାମଲାକୁ  ନେଇ ସହକାରୀ ସରକାରୀ ଓକିଲ ତୁଷାର ଚନ୍ଦା ମଧ୍ୟ କହିଛନ୍ତି, ‘ଅଭିଯୁକ୍ତଙ୍କୁ ୧୩ ଦିନିଆ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। ପୁଲିସ ହେପାଜତ ଆବେଦନ କରିନାହିଁ। ତଦନ୍ତକାରୀ ଅଧିକାରୀ ନ୍ୟାୟିକ ହାଜତ ପାଇଁ ଆବେଦନ କରିଥିଲେ।  ତେଣୁ କୋର୍ଟ ଅଭିଯୁକ୍ତମାନଙ୍କ ୧୩ ଦିନିଆ ନ୍ୟାୟିକ ହାଜତକୁ ମଞ୍ଜୁର କରିଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe