ରାଜାଙ୍କୁ ହତ୍ୟା କରିବାର କିଛିସମୟ ପରେ ସୋନମ କରିଥିଲେ ଏଭଳି ପୋଷ୍ଟ

ଯାଞ୍ଚରୁ ଜଣାପଡ଼ିଛି ରାଜାଙ୍କୁ ହତ୍ୟା କରିବାର କିଛି ସମୟ ପରେ ସୋନମ ସ୍ବାମୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଅପରାହ୍ନ ୨.୧୫ରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ଲେଖାଥିଲା, ‘ସାତ ଜନ୍ମର ସାଥୀ ଆମେ....’।

eqr

ନୂଆଦିଲ୍ଲୀ: ରାଜା ରଘୁବଂଶୀ ତାଙ୍କ ପତ୍ନୀ ସୋନମଙ୍କ ସହିତ ହନିମୁନ ପାଇଁ ମେଘାଳୟ ବୁଲିବାକୁ ଯାଇଥିବା ବେଳେ ତାଙ୍କ ମୃତଦେହ ମିଳିଥିଲା। ମୃତଦେହ ମିଳିବା ପରେ ସୋନମ ତାଙ୍କର ତିନିଜଣ ସାଙ୍ଗଙ୍କ ସହ  ମିଶି  ରାଜାଙ୍କ ହତ୍ୟା କରିଥିବା ମେଘାଳୟ ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ସୋନମଙ୍କ ତିନିଜଣ ସାଙ୍ଗଙ୍କ ନାମ ଆକାଶ ରାଜପୁତ, ବିଶାଳ ଓରଫ ବିକି ଠାକୁର ଓ ଆନନ୍ଦ କୁର୍ମି ଥିବା ଜଣାପଡ଼ିଛି। 

ହନିମୁନ ବୁଲିବାକୁ ଯାଇଥିବା ବେଳେ ସୋନମ କୌଣସି ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି ନଥିଲେ। ଏହି ଘଟଣାକୁ କେନ୍ଦ୍ର କରି ପୁଲିସ ସନ୍ଦେହ କରିଥିଲା। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ନବବିବାହିତାମାନେ ସେମାନଙ୍କର ଛୋଟଛୋଟ ମୁହୂର୍ତ୍ତର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥାଆନ୍ତି। ଆଉ ହନିମୁନ ବୁଲିବାକୁ ଯାଇଥିବା ବେଳେ ଫଟୋ ଓ ଭିଡିଓ ଉଠାଇବା ତ ସେମାନଙ୍କ ପାଇଁ ବାଧ୍ୟମତାମୂଳକ ଯେପରି ସେପରି ହୋଇଥାଏ।

ଯାଞ୍ଚରୁ ଜଣାପଡ଼ିଛି ରାଜାଙ୍କୁ ହତ୍ୟା କରିବାର କିଛି ସମୟ ପରେ ସୋନମ ସ୍ବାମୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଅପରାହ୍ନ ୨.୧୫ରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ଲେଖାଥିଲା, ‘ସାତ ଜନ୍ମର ସାଥୀ ଆମେ....’।

ପୁଲିସକୁ କ୍ରାଇମ ସିନରେ ୧୦କିଲୋମିଟର ଦୂରରେ ସୋନମଙ୍କୁ ତିନିଜଣ ହତ୍ୟାକାରୀ ଆକାଶ, ବିଶାଳ ଓ ଆନନ୍ଦ ସହିତ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା।  ଘଟଣାସ୍ଥଳରୁ ଆକାଶଙ୍କ ଜ୍ୟାକେଟ, ସୋନମଙ୍କ ରେନିକୋଟ ଓ ରାଜାଙ୍କ ମୋବାଇଲ ସ୍କ୍ରିନ ଜବତ ହୋଇଛି। ବିଶାଲ ରାଜାଙ୍କ ଉପରେ ପ୍ରଥମ ଆକ୍ରମଣ କରିଥିଲେ। ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ଅସ୍ତ୍ର ଗୌହ୍ବାଟୀ ରେଳ ଷ୍ଟେସନ ନିକଟରେ ଥିବା ଏକ ଦୋକାନରୁ କିଣିଥିଲେ ବିଶାଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe