ଇନ୍ଦୋର ହତ୍ୟା ଘଟଣାର ବଡ଼ ଖୁଲାସା: ହତ୍ୟାକାରୀଙ୍କୁ ଟଙ୍କା ପଠାଇଥିଲେ ସୋନମଙ୍କ ଭାଇ !

Advertisment
sgghe

ଇ‌ନ୍ଦୋର: ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟା ମାମଲା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜା ରଘୁବଂଶୀଙ୍କ ହତ୍ୟା ପାଇଁ ତାଙ୍କ ପତ୍ନୀ ସୋନମ ରଘୁବଂଶୀଙ୍କୁ ଦାୟୀ କରାଯିବା ପରେ ସେ ନିଜର ଦୋଷ ସ୍ବୀକାର କରିଛନ୍ତି। ଏବେ ସୋନମଙ୍କୁ ତାଙ୍କର ଜଣେ ଭାଇ ସମର୍ଥନ କରିଥିବା ସାମ୍ନାକୁ ଆସିଛି। 

ହତ୍ୟା ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀ ଗୁରୁବାର କହିଛନ୍ତି ଯେ, ସୋନମ ରଘୁବଂଶୀଙ୍କ ଜଣେ ସମ୍ପର୍କୀୟ ଭାଇ ଗତ ମାସରେ ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପାଇଁ ନିଯୁକ୍ତ ତିନି ଜଣ ସୁପାରୀ କିଲ୍‌ରଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଥିଲେ।

ଏପର୍ଯ୍ୟନ୍ତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ସୋନମଙ୍କ ସମ୍ପର୍କୀୟ ଭାଇ ଜିତେନ୍ଦ୍ର ରଘୁବଂଶୀ ଏବେ ପୁଲିସର ଟାର୍ଗେଟକୁ ଆସିଛନ୍ତି। ପୁଲିସର କହିବା ଅନୁଯାୟୀ, ରାଜାଙ୍କୁ ହତ୍ୟା କରାଯିବା ଦିନ, ମେ’ ୨୩ ତାରିଖରେ ସୋନମ ହିଟମ୍ୟାନ୍ ଆକାଶ ରାଜପୁତ, ବିଶାଲ ସିଂହ ଚୌହାନ ଏବଂ ଆନନ୍ଦ କୁର୍ମୀଙ୍କୁ ପ୍ରତିଶ୍ରୁତି ଦେଇଥିବା ଟଙ୍କାର ପ୍ରଥମ କିସ୍ତି ଦେବା ପାଇଁ ଜିତେନ୍ଦ୍ରଙ୍କ ୟୁପିଆଇ ଆକାଉଣ୍ଟ ବ୍ୟବହାର କରାଯାଇଥିଲା। ଜିତେନ୍ଦ୍ର ପରିବାରର ବ୍ୟବସାୟ ସହ ଜଡ଼ିତ, ଯାହାର ତଦାରଖ ପ୍ରାୟତଃ ସୋନମ କରିଥାନ୍ତି। ତେବେ ଜିତେନ୍ଦ୍ର ଦେୟ ପଛରେ କାରଣ ବିଷୟରେ ଜାଣିଥିଲେ କି ନାହିଁ ତାହା ଏବେ ପୁଲିସ ଜାଣିବାକୁ ଚେଷ୍ଟା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe