ରାଜା ଓ ସୋନମଙ୍କ ବିବାହ ଆଲବମ ଯାଞ୍ଚରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇପାରେ

5 (29)

ନୂଆଦିଲ୍ଲୀ: ମେଘାଳୟରେ ରାଜା ରଘୁବଂଶୀ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ହତ୍ୟା ମାମଲାରେ ମାଷ୍ଟରମାଇଣ୍ଡ ଥିବା ସୋନମ ରଘୁବଂଶୀଙ୍କ ନିର୍ବନ୍ଧ-ବିବାହ ଆଲବମ ଓ ଭିଡିଓ ସାମ୍ନାକୁ ଆସିଛି। 

ଏହି ଭିଡିଓ ଓ ଫଟୋରେ ବର ରାଜା ବେଶ ଖୁସି ଥିବା ବେଳେ କନ୍ୟା ସୋନମ ଗଭୀର ଚିନ୍ତାରେ ଥିବା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। କେବଳ କ୍ୟା‌ମେରାମ୍ୟାନ ଯେତେବେଳେ କହୁଥିଲେ ସେ ହସୁଥିଲେ। ନଚେତ ତାଙ୍କ ଚେହେରାରେ ବିବାହକୁ ନେଇ କୌଣସି ପ୍ରକାର ଖୁସି ନଥିବାର ଭିଡିଓ ଓ ଫଟୋରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି। ସାମ୍ନାକୁ ଆସିଥିବା ସୋନମ ଓ ରାଜାଙ୍କ ବିବାହ ଆଲବମ ଯାଞ୍ଚରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇପାରେ ବୋଲି କୁହାଯାଉଛି।

ଗତ ମଇ ୧୧ ତାରିଖରେ ଇନ୍ଦୋରରେ ରାଜା ଓ ସୋନମଙ୍କ ବିବାହ ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ ହୋଇଥିଲା। ଉଭୟ ପରିବାର ବିବାହକୁ ନେଇ ବେଶ ଖୁସିଥିଲେ। ବେଦୀରେ ବ୍ରାହ୍ମଣ ମନ୍ତ୍ର ପଢ଼ି ବିବାହ  କରୁଥିବା ବେଳେ କିଛିଟା ଶପଥ ନେବାକୁ କହିଥିଲେ। ବ୍ରାହ୍ମଣଙ୍କ କଥାରେ ରାଜା ହଁ ମାରିଥିବା ବେଳେ ସୋନମ ଚୁପ ରହିଥିଲେ। ସେ ସମୟରେ ମଜାମସ୍ତିର ପରିବେଶ ଥିବାରୁ କେହି ସୋନମଙ୍କ ଏଭଳି ଆଚରଣକୁ ଗୁରୁତ୍ବ ଦେଇ ନଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe