ବିବାହ ମଞ୍ଚରେ ସମସ୍ତଙ୍କ ସାମ୍ନାରେ ରାଜାଙ୍କ କଥା ଦେଇ କହିଥିଲେ, ‘ମୁଁ ତୁମକୁ ହଇରାଣ କରିବି ନାହିଁ’

ିଦନିନଦତ

ଇନ୍ଦୋର: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାର ତଦନ୍ତ ଚାଲିଛି। ଏଭଳି ସମୟରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବିବାହ ପରେ ରିସେପ୍ସନ ଭୋଜିରେ ରାଜା ଏବଂ ସୋନମ ଏକାଠି ମଞ୍ଚ ଉପରେ ଛିଡ଼ା ହୋଇ ଖୁବ ମାଜମସ୍ତି କରୁଥିବା ଦେଖିବାକୁ ମିଳୁଛି। ଏଭିଡିଓ ଦେଖି କେହି ବିଶ୍ବାସ କରୁ ପାରୁନାହାନ୍ତି କି ଏଭଳି ହସହସ ଚେହେରା ଭିତରେ ଜଣେ ହତ୍ୟାକାରୀର ଚେହେରା ଲୁଚି ରହିଛି।  

ରିସେପସନ ମଞ୍ଚ ଉପରେ ସୋନମ ସମସ୍ତଙ୍କ ସାମ୍ନାରେ ସ୍ବାମୀ ରାଜା ରଘୁବଂଶୀଙ୍କୁ କଥା ଦେଇ କହିଥିଲେ, "ମୁଁ ତୁମକୁ ପ୍ରତିଶ୍ରୁତି ଦେଉଛି ଯେ ବିବାହ ପରେ ତୁମେ ତୁମ ବନ୍ଧୁମାନଙ୍କ ସହିତ କେଉଁ ସ୍ଥାନକୁ ଗଲ? କ’ଣ କଲ.. ?କେତେ ସମୟ ଗଲ... ?  ସେ ସବୁକୁ ନେଇ କୌଣସି ପ୍ରଶ୍ନ ପଚାରି ତୁମକୁ ହଇରାଣ କରିବି ନାହିଁ। ତୁମେ ତୁମ ଜୀବନରେ ସ୍ବାଧୀନ ଭାବେ ବୁଲି ପାରିବ ବଞ୍ଚି ପାରିବ।"

ସେହିପରି ରାଜା ସୋନମଙ୍କୁ କଥା ଦେଇ କହିଥିଲେ, ‘ମୁଁ ତୁମକୁ ବର୍ଷକୁ ଥରେ ବିଶ୍ୱ ଭ୍ରମଣରେ ନେଇଯିବି।’


ମେଘାଳୟ ପୁଲିସ ରାଜା ରଘୁବଂଶୀଙ୍କ ହତ୍ୟା ମାମଲାରେ ସୋନମ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି। ଗତମଙ୍ଗଳବାର (୧୭ ଜୁନ୍), ପୁଲିସ ରାଜ କୁଶୱାହାକୁ ଛାଡି ଅନ୍ୟ ୪ ଅଭିଯୁକ୍ତଙ୍କୁ ସିଲଂରେ ରାଜାଙ୍କୁ ହତ୍ୟା କରାଯାଇଥିବା ସ୍ଥାନକୁ ନେଇଯାଇଥିଲା। ସେଠାରେ ପୁଲିସ ରାଜାଙ୍କ ହତ୍ୟା ଘଟଣାର ରିକ୍ରିଏଟ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe