ଯେଉଁ ହାତରେ ମୋ ପୁଅକୁ ହତ୍ୟା କରିଥିଲା ସେହି ହାତ‌ରେ କଫନ ନେଇ ‌କେମିତି ଆସିଲା: ରାଜାଙ୍କ ମା’

New 547P547roject (16)

ନୂଆଦିଲ୍ଲୀ: ରାଜା ରଘୁବଂଶୀ ହତ୍ୟା ମାମଲାର ପୁଲିସ ଯାଞ୍ଚ ଆରମ୍ଭ କରିବା ଦିନଠାରୁ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି। ଗୋଟିଏ ପଟେ ଏଯାବତ ରାଜା ରଘୁବଂଶୀଙ୍କ ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଅନ୍ୟପଟେ, ସୋନମଙ୍କ ପ୍ରେମିକ ରାଜଙ୍କ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ରାଜ ନିଜେ ରାଜାଙ୍କ ଶେଷକୃତ୍ୟରେ କଫନ ନେଇ ପହଞ୍ଚିଥିବା ଦେଖିବାକୁ ମିଳୁଛି।

ଏହି ଘଟଣାକୁ ନେଇ ରାଜାଙ୍କ ମାଆ କହିଛନ୍ତି,‘ ମୁଁ ଭିଡିଓରେ ଦେଖିଲି ଯେ ମୋ ପୁଅର ଶେଷକୃତ୍ୟରେ କଫନ ନେଇ ରାଜ ପହଞ୍ଚିଛି। ଯେଉଁ ହାତରେ ସେ ମୋ ପୁଅର ମୃତ୍ୟୁ ଷଡ଼ଯନ୍ତ୍ର କରିଥିଲା ସେହି ହାତରେ ସେ ରାଜା ପାଇଁ ଏକ ଧଳା ଶାଲ ଆଣିଥିଲା।  ଏହା ସେ କିପରି କରି ପାରିଲା । ମୋ ସହିତ ଭେଟ ‌ହୋଇଥିଲେ ମୁଁ ତାକୁ ନିଶ୍ଚୟ ଗୋଟିଏ କଥା ପଚାରି ଥାଆନ୍ତି କି ମୋ ପୁଅ ରାଜା ତୋର କି ଦୋଷ କରିଥିଲା। ସେ ମୋ ପୁଅର ଶେଷକୃତ୍ୟରେ ଆସିଛି ବୋଲି ମୁଁ ଜାଣି ନଥିଲି। 

ସୋନମ ଏବଂ ରାଜଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଉଭୟଙ୍କୁ ୧୪ ଦିନର ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। 

ଏଥିରେ ରାଜା ରଘୁବଂଶୀଙ୍କ ଭାଇ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ‘ ପୁଲିସ ସୋନମଙ୍କୁ କାହିଁକି ରିମାଣ୍ଡରେ ନେଉ ନାହିଁ। ଆମେ ନାର୍କୋ ଟେଷ୍ଟ ପାଇଁ ଦାବି କରୁଛୁ। ପୁଲିସ ଆମର ଦାବି ଗ୍ରହଣ କରୁନାହିଁ। ଏତେ ଦିନ ମଧ୍ୟରେ, ମୋ ଭାଇକୁ କାହିଁକି ହତ୍ୟା କରାଗଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିଲାନାହିଁ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe