ହଷ୍ଟେଲ ଭିତରୁ ସୁଟକେସରୁ ଯୁବତୀ ବାହାରିବା ଘଟଣା; ନିଲମ୍ବିତ ହେଲେ ୬ଜଣ ଛାତ୍ରୀ

Advertisment

ହଷ୍ଟେଲରେ ସୁଟକେସ ଭିତରୁ ଯୁବତୀ ବାହାରିବା ଘଟଣାରେ ସମ୍ପୃକ୍ତ ଥିବା ୬ଜଣ ଛାତ୍ରୀଙ୍କୁ କଲେଜ ପ୍ରଶାସନ ନିଲମ୍ବିତ କରିଦେଇଛି। ନିଲମ୍ବିତ ଛାତ୍ରୀମାନେ ଏହି ଘଟଣାକୁ ଫ୍ରାଙ୍କ ଅର୍ଥାତ ମଜାରେ ଏପରି କରିଥିବା କଥା କହିଛନ୍ତି।

ହଷ୍ଟେଲରେ ସୁଟକେସ ଭିତରୁ ଯୁବତୀ ବାହାରିବା ଘଟଣାରେ ସମ୍ପୃକ୍ତ ଥିବା ୬ଜଣ ଛାତ୍ରୀଙ୍କୁ କଲେଜ ପ୍ରଶାସନ ନିଲମ୍ବିତ କରିଦେଇଛି। ନିଲମ୍ବିତ ଛାତ୍ରୀମାନେ ଏହି ଘଟଣାକୁ ଫ୍ରାଙ୍କ ଅର୍ଥାତ ମଜାରେ ଏପରି କରିଥିବା କଥା କହିଛନ୍ତି।

h

ନୂଆଦିଲ୍ଲୀ: ହରିୟାଣାର ସୋନିପତ ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟିରେ ଏକ ସୁଟକେସ ଭିତରୁ ଜଣେ ଯୁବତୀ ବାହାରିବା ଘଟଣା ଚର୍ଚ୍ଚାର ପରିସରରେ ରହିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ହଷ୍ଟେଲରେ ସୁଟକେସ ଭିତରୁ ଯୁବତୀ ବାହାରିବା ଘଟଣାରେ ସମ୍ପୃକ୍ତ ଥିବା ୬ଜଣ ଛାତ୍ରୀଙ୍କୁ କଲେଜ ପ୍ରଶାସନ ନିଲମ୍ବିତ କରିଦେଇଛି। ନିଲମ୍ବିତ ଛାତ୍ରୀମାନେ ଏହି ଘଟଣାକୁ ଫ୍ରାଙ୍କ ଅର୍ଥାତ ମଜାରେ ଏପରି କରିଥିବା କଥା କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। 

ପ୍ରଥମେ ଏହି ଘଟଣା ବଏଜ ହଷ୍ଟେଲର କୁହାଯାଉଥିବା ବେଳେ ଏହା ଏକ ମହିଳା ହଷ୍ଟେଲରେ ଘଟିଥିବା ଜଣାପଡ଼ିଛି।  

ଏହି ଘଟଣା ପ୍ରଥମେ ସାମ୍ନାକୁ ଆସିବା ପରେ ଜଣେ ଛାତ୍ର ସୁଟକେସରେ ପ୍ରେମିକାକୁ ଭର୍ତ୍ତି କରି ହଷ୍ଟେଲ ଭିତରକୁ ନେଉଥିବା ବେଳେ ସିକ୍ୟୁରିଟି ଗାର୍ଡ ହାତରେ ଧରାପଡିଯାଇଥିବା କୁହାଯାଉଥିଲା। ସମ୍ପ୍ରତି ଖବର ମିଳିଛି କି ଉକ୍ତ ଯୁବତୀଙ୍କୁ ଛଅଜଣ ଛାତ୍ରୀ ମଜାରେ ସୁଟକେସରେ ପୁରାଇ ହଷ୍ଟେଲକୁ ନେଉଥି‌ଲେ। ଏହାପଛରେ ସେମାନଙ୍କର ଆଉ କୌଣସି ଉଦ୍ଦେଶ୍ୟ ନଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe