ସିବିଆଇ ଅଧିକାରୀ କହି ଡାକ୍ତର ଦମ୍ପତ୍ତିଙ୍କଠାରୁ ୩୬ଲକ୍ଷ ଲୁଟିଲେ ୫ଦୁର୍ବୃତ୍ତ, ବଲିଉଡ ଫିଲ୍ମ ‘ସ୍ପେଶାଲ ୨୬’ରୁ ହୋଇଥିଲେ ଅନୁପ୍ରାଣିତ

Advertisment
ସିବିଆଇ ଅଧିକାରୀ କହି ଡାକ୍ତର ଦମ୍ପତ୍ତିଙ୍କଠାରୁ ୩୬ଲକ୍ଷ ଲୁଟିଲେ ୫ଦୁର୍ବୃତ୍ତ, ବଲିଉଡ ଫିଲ୍ମ ‘ସ୍ପେଶାଲ ୨୬’ରୁ ହୋଇଥିଲେ ଅନୁପ୍ରାଣିତ

ନୂଆଦିଲ୍ଲୀ: ବଲିଉଡ ଫିଲ୍ମରୁ ଅନୁପ୍ରାଣିତ ହେବା କିଛି ନୂଆ କଥା ନୁହେଁ। ଲୋକେ ଫିଲ୍ମ ଦେଖି ନିଜ ଭିତରେ ଅନେକ ପରିବର୍ତ୍ତନ ଆଣିବା ସହ ଜୀବନରେ କାମରେ ଲଗାଇଥାନ୍ତି। ହେଲେ ଦିଲ୍ଲୀରେ ୫ଜଣ ଦୁର୍ବୃତ୍ତ ଫିଲ୍ମ ଦେଖି କରିଥିବା କାମ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସିବିଆଇ ଅଧିକାରୀ ବୋଲି କହି ଡାକ୍ତର ଦମ୍ପତ୍ତିଙ୍କୁ ଲୁଟିଛନ୍ତି ୫ଦୁର୍ବୃତ୍ତ। ବଲିଉଡ ଫିଲ୍ମ ସ୍ପେଶାଲ ୨୬ରୁ ଅନୁପ୍ରାଣିତ ହୋଇ ସେ ଏଭଳି କରିଥିବା ଜଣାପଡ଼ିଛି।

ଘଟଣା ସାମ୍ନାକୁ ଆସିବା ପରେ ୩ଜଣଙ୍କୁ ପୁଲିସ ଗିରଫ କରିଥିବା ବେଳେ ୨ଜଣ ଏବେ ବି ଫେରାର ଅଛନ୍ତି। ପିତମପୁରାରେ ରହୁଥିବା ଜଣେ ଡାକ୍ତର ଦମ୍ପତ୍ତିଙ୍କ ସହ ଏହା ଘଟିଥିବା ଜଣାପଡ଼ିଛି। ୫ଜଣ ଅଭିଯୁକ୍ତ ଚଢ଼ାଉ କରିବା ନାଁରେ ଡାକ୍ତର ଦମ୍ପତ୍ତିଙ୍କଠାରୁ ୩୬ଲକ୍ଷ ଟଙ୍କା, ୫ଲକ୍ଷ ଟଙ୍କାର ସୁନା, ୩,୮୫୨ୟୁଏସଡି ଏବଂ ୪୦୦ୟୁରୋଜ ଚୋରି କରିଥିବା ଜଣାପଡ଼ିଛି।

Special 26 indiatimes

ପୁଲିସର କହିବା ମୁତାବକ, ୫ ଅଭିଯୁକ୍ତ ଏବଂ ପୀଡ଼ିତ ଉଭୟ ହରିୟାଣାର ବାସିନ୍ଦା। ଆମେ ସନ୍ଦେହ କରୁଛୁ ଯେ, ଅଭିଯୁକ୍ତ ପୀଡ଼ିତଙ୍କୁ ଭଲ ଭାବରେ ଜାଣିଥିଲା ଏବଂ ଦିଲ୍ଲୀରେ ତାଙ୍କୁ ଟାର୍ଗେଟ କରିଥିଲା। ଗିରଫ ହୋଇଥିବା ୩ଜଣ ଅଭିଯୁକ୍ତ ବଲିଉଡ ଫିଲ୍ମ ସ୍ପେଶାଲ ୨୬ରୁ  ଅନୁପ୍ରାଣିତ ହୋଇ ଏଭଳି ଚୋରିର ଯୋଜନା କରିଥିବା ମାନିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe