ଠାରରେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଭିଡିଓ କରି ନିଜ ଦେହରେ ନିଆଁ ଲଗାଇ ଦେଲେ ଦିବ୍ୟାଙ୍ଗ ଦମ୍ପତ୍ତି

Advertisment
ଅନ୍‌ଲାଇନ୍ ଋଣ ହେଲା କାଳ, ଜୋତା ସୋ’ରୁମ୍ ମ୍ୟାନେଜରଙ୍କ ଆତ୍ମହତ୍ୟା

ajtak.in

ତେଲେଙ୍ଗାନା: ତେଲେଙ୍ଗାନାର ନଲଗୋଣ୍ଡାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୁରୁବାର ଜଣେ ଦିବ୍ୟାଙ୍ଗ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଆତ୍ମହତ୍ୟା କରିବା ପୂର୍ବରୁ ଦୁହେଁ ଠାରରେ ଏକ ଭିଡିଓ ସେଲଫି ନେଇ ସେଥିରେ ସେମାନେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଜଣାଇ ଦେଇଥିଲେ।
ଏହି ଆତ୍ମହତ୍ୟା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଛି। ତେବେ ଦିବ୍ୟାଙ୍ଗ ପ୍ରେମୀଯୁଗଳ ଆତ୍ମହତ୍ୟାର ଭିଡିଓ ସୁଟ୍ କରି ସାଙ୍ଗଙ୍କ ହ୍ବାଟସଆପକୁ ପଠାଇଥିଲେ ଏବଂ ଲୋକେସନର ସୂଚନା ଦେଇଥିଲେ।
ସାଙ୍ଗ ପାଖରେ ଏହି ଭିଡିଓ ପହଂଚିବା କ୍ଷଣି ସେ ତୁରନ୍ତ ପୁଲିସକୁ ଏହାର ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଲା ବେଳକୁ ଦିବ୍ୟାଙ୍ଗ ଦମ୍ପତ୍ତି ଆତ୍ମହତ୍ୟା କରି ସାରିଥିଲେ।

Telangana: Deaf-mute couple record last message in sign language before self-immolating - India News India Today

ପୁଲିସ ସୂତ୍ରରୁ ପ୍ରକାଶ, ଶେଖ ମସ୍ତାନ ଅଲି ଏବଂ ଏନ.ଅଶ୍ବିନୀ ଏକ ଇ-କମର୍ସ କମ୍ଫାନିରେ ପ୍ୟାକିଂ କାମ କରୁଥିଲେ। ୬ମାସ ତଳେ ଯୁବତୀ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ହାଇଦ୍ରାବାଦର ଏକ ମହିଳା ଥାନାରେ ନିଖୋଜ ରିପୋର୍ଟ ଲେଖାଯାଇଥିଲା। ବୁଧବାର ଦୁହେଁ ନଲଗୋଣ୍ଡା ପହଞ୍ଚିଥିଲେ ଏବଂ ଏକ ଶୁନଶାନ ସ୍ଥାନରେ ଉଭୟେ ପରସ୍ପର ଦେହରେ ନିଆଁ ଲଗାଇ ଦେଇଥିଲେ। ପୁଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe