ଗ୍ରାହକଙ୍କୁ କ୍ଷୀର ଦେବା ପୂର୍ବରୁ ବିକ୍ରେତା ଛେପ ମିଶାଉଥିବାର ଘୃଣ୍ୟ ଦୃଶ୍ୟ ହେଲା କୈଦ

e80e83fe-43a2-44fd-b162-bc281dd29188

ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କ୍ଷୀର ବିକ୍ରେତା ଗ୍ରାହକଙ୍କୁ କ୍ଷୀର ଦେବା ପୂର୍ବରୁ ସେଥିରେ ଛେପ ପକାଉଥିବାର ଆଶ୍ଚର୍ଯ୍ୟଜନକ ଓ ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି। 

ଏହି ସମ୍ପୂର୍ଣ୍ଣ ଘଟଣା ଗ୍ରାହକଙ୍କ ଘର ବାହାରେ ଲାଗିଥିବା ସିସି କ୍ୟାମେରାରେ ରେକର୍ଡ ହୋଇଯିବା ପରେ ଘଟଣା ସାମ୍ନାକୁ ଆସିଛି। ସିସିଟିଭି ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ, ଜଣେ କ୍ଷୀରବିକ୍ରେତା ଘର ବାହାରେ ଠିଆ ହୋଇ କ୍ଷୀର ଡବା ଭିତରେ ଛେପ ପକାଉଛନ୍ତି। ଏହାପରେ ଉକ୍ତ କ୍ଷୀରକୁ ସେ ଗ୍ରାହକଙ୍କୁ ଦେବା ପାଇଁ ଅପେକ୍ଷା କରି ରହିଛନ୍ତି।

ଏଭଳି ଘୃଣ୍ୟ କାମ କରୁଥିବା କ୍ଷୀରବିକାଳିଙ୍କ ନାମ ମହମ୍ମଦ ସରିଫ ବୋଲି ଜଣାପଡ଼ିଛି।  କିନ୍ତୁ ସ୍ଥାନୀୟଅଞ୍ଚଳ‌ରେ ଉକ୍ତ କ୍ଷୀର ବିକାଳି ଜଣକ  'ପପ୍ପୁ' ନାମରେ ବେଶ ପରିଚିତ।

ଏହି ଘଟଣାକୁ ନେଇ ସ୍ଥାନୀୟଲୋକେ କହିଛନ୍ତି, ‘ପପ୍ପୁ କ୍ଷୀରବାଲା ଠାରୁ ଅଞ୍ଚଳରେ ଅନେକ ଲୋକ କ୍ଷୀର ନେଇଥାଆନ୍ତି। କିନ୍ତୁ ସେ ଯେ କ୍ଷୀର‌ରେ ଏପରି ଛେପ ମିଶାଇ ଘୃଣ୍ୟ କାମ କରି ସମସ୍ତଙ୍କୁ ଦେଉଛି ଏକଥା କେହି ଜାଣି ପାରି ନଥିଲେ। 


ଘଟଣା ପରେ ଅଖିଳ ଭାରତ ହିନ୍ଦୁ ମହାସଭା ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛି। ମହାସଭାର ସଦସ୍ୟମାନେ କହିଛନ୍ତି ଯେ ସେମାନେ ଅଭିଯୁକ୍ତଙ୍କ ବିରୋଧରେ  ମାମଲା ରୁଜୁ କରି ଏପରି କାମ କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି। 

ହିନ୍ଦୁ ମହାସଭାର ମୁଖପାତ୍ର ଶିଶିର ଚତୁର୍ବେଦୀ ଏହି ଘଟଣାକୁ "ଥୁ ଜିହାଦ" ବୋଲି କହି କହିଛନ୍ତି ଯେ ଏହା କେବଳ ଏକ ଘୃଣ୍ୟ ଅଭ୍ୟାସ ନୁହେଁ ବରଂ ସମାଜର ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe