ମୁମ୍ବାଇରେ ଚାଞ୍ଚଲ୍ୟ : ଇନଷ୍ଟା ପୋଷ୍ଟ ଜରିଆରେ ଟ୍ରାକ୍ କରିବା ସହ ଯୁବକଙ୍କୁ ଅପହରଣ କରି ଦୁଷ୍କର୍ମ କଲେ ୪ ଯୁବକ !

Advertisment
ମୁମ୍ବାଇରେ ଚାଞ୍ଚଲ୍ୟ : ଇନଷ୍ଟା ପୋଷ୍ଟ ଜରିଆରେ ଟ୍ରାକ୍ କରିବା ସହ ଯୁବକଙ୍କୁ ଅପହରଣ କରି ଦୁଷ୍କର୍ମ କଲେ ୪ ଯୁବକ !

Flipboard

ମୁମ୍ବାଇ: ଚଳନ୍ତା ଗାଡ଼ିରେ ଜଣେ ୨୨ବର୍ଷୀୟ ଯୁବକ ଦୁଷ୍କର୍ମର ଶିକାର ହେବା ଘଟଣା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ଖେଳାଇ ଦେଇଛି। ୪ଜଣ ଅଭିଯୁକ୍ତ ପୀଡ଼ିତଙ୍କ ଇନଷ୍ଟା ପୋଷ୍ଟ ଜରିଆରେ ତାଙ୍କୁ ଠାବ କରିବା ସହ ମିଛ କହି ତାଙ୍କୁ ଗାଡ଼ିରେ ବସାଇଥିଲେ। ଏହା ପରେ କାର ଭିତରେ ୪ଜଣ ମିଶି ପୀଡ଼ିତଙ୍କ ସହ ଦୁଷ୍କର୍ମ କରିବା ସହ ତାଙ୍କ କ୍ରେଡିଟ୍ କ‌ାର୍ଡ ବ୍ୟବହାର କରି ଗାଡ଼ିରେ ପେଟ୍ରୋଲ ପକାଇଥିଲେ ବୋଲି ଜଣାପଡ଼ିଛି। ଘଟଣା ସଂପର୍କରେ ଅଭିଯୋଗ ହେବା ପରେ ପୁଲିସ ଧାରା ୩୭୭ଅନୁଯାୟୀ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

publive-image indiatimes.com

ପୁଲିସ ଦେଇଥିବା ସୂଚନା ମୁତାବକ, ପୀଡ଼ିତ ମୁମ୍ବାଇର କୁର୍ଲାରେ ଥିବା ରେସ୍ତୋରାଁରେ ଠିଆ ହୋଇଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ଛାଡ଼ିବା ପରେ ଦୁଇ ଅଭିଯୁକ୍ତ ବାଇକ୍ ଯୋଗେ ସେଠାରେ ପହଞ୍ଚି ପୀଡ଼ିତଙ୍କୁ ନିଜ କଥାରେ ଫସାଇଥିଲେ। ନିଜକୁ ପୀଡ଼ିତଙ୍କ ବଡ଼ ପ୍ରଶଂସକ ବୋଲି କହିବା ସହ ସାଥୀରେ ସମୟ ବିତାଇବା ପାଇଁ କହି ସେ ପୀଡ଼ିତଙ୍କୁ ଗାଡ଼ିରେ ବସାଇଥିଲେ। କିଛି ବ‌ାଟ ଯିବା ପରେ ଦୁଇ ଅଭିଯୁକ୍ତ ପୀଡ଼ିତଙ୍କୁ ଏକ କାର ଭିତରକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। କାର୍ ଭିତରେ ପୂର୍ବରୁ ଅନ୍ୟ ୨ଅଭିଯୁକ୍ତ ବସିଥିବା ବେଳେ ୪ଜଣ ମିଶି ୩ଘଣ୍ଟା ପର୍ଯ୍ୟନ୍ତ ପୀଡ଼ିତଙ୍କ ସହ ଦୁଷ୍କର୍ମ କରିଥିଲେ। ରାସ୍ତା କଡ଼ରେ ଫିଙ୍ଗିବା ପୂର୍ବରୁ ପୀଡ଼ିତଙ୍କ ପାଖରେ ଥିବା ୨,୦୦୦ଟଙ୍କା ନେବା ସହ ତାଙ୍କ ପାଖରେ ଥିବା କ୍ରେଡିଟ୍ କାର୍ଡ ଜରିଆରେ ନିଜ କାରରେ ପେଟ୍ରୋଲ ପକାଇଥିଲେ ବୋଲି କହିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe