ଅଧଘଣ୍ଟା ଟ୍ରେନ ଅଟକିବା ପରେ କର୍ମଚାରୀଙ୍କ ଡାକରେ ନିଘୋଡ ନିଦରୁ ଉଠିଲେ ଷ୍ଟେସନ ମାଷ୍ଟର

Advertisment
ଅଧଘଣ୍ଟା ଟ୍ରେନ ଅଟକିବା ପରେ କର୍ମଚାରୀଙ୍କ ଡାକରେ ନିଘୋଡ ନିଦରୁ ଉଠିଲେ ଷ୍ଟେସନ ମାଷ୍ଟର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଇଟାୱା ନିକଟସ୍ଥ ଉଦି ମୋର ରୋଡ୍‌ ରେଳଷ୍ଟେସନରେ ଏକ ଅଭାବନୀୟ ଘଟଣା ଘଟିଛି। ଷ୍ଟେସନ ମାଷ୍ଟର ଶୋଇପଡ଼ିବା ହେତୁ ଟ୍ରେନ ଅନେକ ସମୟ ଧରି ଧାରଣାରେ ଅଟକି ରହିଥିଲା। ଯେଉଁଥିପାଇଁ ଅନେକ ଯାତ୍ରୀଙ୍କୁ  ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ରାଜସ୍ଥାନର କୋଟାରୁ ପାଟନା ଏକ୍ସପ୍ରେସ ଟ୍ରେନ୍ ଯାତ୍ରା ଆରମ୍ଭ କରିଥିଲା। ଏହି ସମୟରେ ପାଟନା  ଏକ୍ସପ୍ରେସ ଟ୍ରେନଟି ଇଟାୱାର ପୂର୍ବବର୍ତ୍ତୀ ଷ୍ଟେସନ ଉଦି ମୋର୍‌ ରୋଡ୍‌ରେ ଅଟକି ଯାଇଥିଲା। ଏହି ସମୟରେ ଲୋକୋପାଇଲଟ ଷ୍ଟେସନ ମାଷ୍ଟରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରି ରହିଥିଲେ। ବିଳମ୍ବ ହେବାରୁ ଲୋକୋପାଇଲଟ୍‌ ବାରମ୍ବାର ହର୍ଣ୍ଣ ବଜାଇ ଚାଲିଥିଲେ କିନ୍ତୁ ଷ୍ଟେସନ ମାଷ୍ଟର ଶୁଣି ନଥିଲେ।

କାରଣ ସେ ସେତେବେଳେ ନିଘୋଡ଼ ନିଦରେ ‌‌ଶୋଇପଡ଼ିଥିଲେ।  ଟ୍ରେନକୁ ଧାରଣାରେ ଅଟକିଯିବା ଦେଖିବା ସହିତ ବାରମ୍ବାର ହର୍ଣ୍ଣ ଶବ୍ଦ ଶୁଣି ଷ୍ଟେସନରେ ଥିବା ଅନ୍ୟ କର୍ମଚାରୀମାନେ ସବୁଜ ସଙ୍କେତ ଦେଖାଇବା ଦାୟିତ୍ବରେ ଥିବା  ଷ୍ଟେସନ ମାଷ୍ଟରଙ୍କ ପାଖକୁ ଦୌଡ଼ି ଯାଇଥି‌ଲେ। ଏହି ସମୟରେ ସେମାନେ ଷ୍ଟେସନ ମାଷ୍ଟର ନିଘୋଡ ନିଦରେ ଶୋଇପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ।

ରେଳ କର୍ମଚାରୀଙ୍କ ପାଟିରେ ଷ୍ଟେସନ ମାଷ୍ଟର ଧଡପଡ ହୋଇ ଉଠି ପଡ଼ିଥିଲେ। ଆଉ ସଙ୍ଗେସଙ୍ଗେ ଧାରଣାରେ ୩୦ ମିନିଟ ଧରି ଅଟକି ରହିଥିବା ଟ୍ରେନକୁ ଯିବା ପାଇଁ ସବୁଜ ସଙ୍କେତ ଦେଇଥିଲେ।

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଷ୍ଟେସନ ମାଷ୍ଟରଙ୍କ ବିରୋଧ‌ରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି। କାରଣ ତାଙ୍କର ଏଭଳି ଦାୟିତ୍ବଶୂନ୍ୟ ମନୋଭାବ ହେତୁ ଦୁର୍ଘଟଣା ଘଟିବାର ଅନେକ ସମ୍ଭାବନା ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe