ଚୋରି ହୋଇଗଲା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି

Advertisment

ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଗଢିମଲହାରା ଥାନା ଅନ୍ତର୍ଗତ ବାରି ଗାଁରୁ ରମାବାଇ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଚୋରି ହୋଇଯିବାର ଏକ ଘଟଣା ସାମ୍ନାକୁ ଆସିଛି।

ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଗଢିମଲହାରା ଥାନା ଅନ୍ତର୍ଗତ ବାରି ଗାଁରୁ ରମାବାଇ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଚୋରି ହୋଇଯିବାର ଏକ ଘଟଣା ସାମ୍ନାକୁ ଆସିଛି।

dasd

ଭୋପାଳ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଗଢିମଲହାରା ଥାନା ଅନ୍ତର୍ଗତ ବାରି ଗାଁରୁ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଚୋରି ହୋଇଯିବାର ଏକ ଘଟଣା ସାମ୍ନାକୁ ଆସିଛି। ଏହି ଚୋରି ଘଟଣାକୁ କେନ୍ଦ୍ର କରି ପୁଲିସ ଏକ ମାମଲା ରୁଜୁ କରିଛି। 

ପ୍ରକାଶିତ ରିପୋର୍ଟ ମୁତାବକ,  ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିଟି ମାତ୍ର ତିନି ଦିନ ପୂର୍ବରୁ ଗାଁ ବାହାରେ ସ୍ଥାପିତ ହୋଇଥିଲା। ସ୍ଥାପିତ ହୋଇଥିବା ଆମ୍ବେଦକରଙ୍କ ପ୍ରତିମାକୁ କେହି ରାଗରେ ଭାଙ୍ଗିବା ଦେବାପରେ ଏହାକୁ କୌଣସି ସ୍ଥାନରେ ଫିଙ୍ଗି ଦେଇଥିବାର ଅଭିଯୋଗ ହୋଇଛି। 

ଗାଁଲୋକେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଚୋରି ହୋଇଯାଇଥିବା ଘଟଣା ବିଷୟରେ ଜାଣିବା ମାତ୍ରେ ତୁରନ୍ତ ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ। ପ୍ରତିମୂର୍ତ୍ତି ଚୋରି ଏବଂ ଭଙ୍ଗାଯିବାର ଖବର ବ୍ୟାପଯିବା ପରେ ଘଟଣାସ୍ଥଳରେ ଶହଶହ ଲୋକଙ୍କ ଭିଡ ଜମିଥିଲା। ଲୋକଙ୍କ ଭିଡ଼ ସହିତ ମୂର୍ତ୍ତି ଗାଏବ ହେବା ଘଟଣାକୁ ନେଇ ଯେପରି କୌଣସି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ପୁଲିସ ମୁତୟନ କରାଯାଇଛି।

ସୂଚନା ଅନୁଯାୟୀ, ମାର୍ଚ୍ଚ ୧୦ରେ ଗାଁର କିଛି ଲୋକ ଗାଁ ବାହାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ବହୁତ ଧୁମଧାମରେ ସ୍ଥାପନ କରିଥିଲେ, କିନ୍ତୁ ୧୩ ମାର୍ଚ୍ଚ ସକାଳେ କିଛି ଅଜଣା ଲୋକ ଏହି ପ୍ରତିମୂର୍ତ୍ତିକୁ ଚୋରି କରି ନେଇଥିଲେ। ଯାହା ପରେ ଗାଁରେ ବହୁ ସଂଖ୍ୟକ ଆମ୍ବେଦକରବାଦୀ ଏକାଠି ହୋଇଛନ୍ତି।

ଅନ୍ୟପକ୍ଷରେ, ଏହି ମାମଲା ସମ୍ପର୍କରେ ସ୍ଥାନୀୟ ନେତା ସ୍ୟାଣ୍ଡି ସିଂହ କହିଛନ୍ତି ଯେ ବାବା ସାହେବଙ୍କ ପ୍ରତିମୂର୍ତ୍ତି ଚୋରି ଏବଂ ଭଙ୍ଗାଯିବା ଏବଂ ପରିବେଶକୁ ନଷ୍ଟ କରିବାକୁ ଚେଷ୍ଟା କରାଯିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ପୁଲିସ ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe