ଭୁବନେଶ୍ୱରରୁ କୋଲକାତା ଖସିଯିବାକୁ ଉଦ୍ୟମ କରୁଥିବାବେଳେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏସ୍‌ଟିଏଫ୍ ୱାଣ୍ଟେଡ୍‌ ପିଣ୍ଟା ଗିରଫ

Advertisment
ଲକ୍ଷେ ଟଙ୍କା ଚାନ୍ଦା ମାଗି ନକଲି ମାଓବାଦୀ ଗିରଫ

India Today

ଭୁବନେଶ୍ବର : ଏସ୍‌ଟିଏଫ୍ ଆଖିରେ ୮ ମାସ କାଳ ଧୂଳି ଦେଇ ଲୁଚି ରହିଥିବା ଜଣେ ଚୋରା ମାଙ୍କଡ଼ା ପଥର କାରବାରରେ ସମ୍ପୃକ୍ତ ଅଭିଯୁକ୍ତକୁ ଭୁବନେଶ୍ବର ସ୍ପେଶାଲ୍‌ ସ୍କ୍ବାଡ୍‌ ଗିରଫ କରିଛି। ଅଭିଯୁକ୍ତ ହେଲା ଖୋର୍ଧା କୁମାରବସ୍ତର ରାଜେଶ କୁମାର ବରାଳ ଓରଫ୍ ପିଣ୍ଟା। ଭୁବନେଶ୍ବରରୁ କୋଲକାତା ଖସିଯିବାକୁ ଉଦ୍ୟମ କରୁଥିବାବେଳେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ତାକୁ ପୁଲିସ ଗିରଫ କରିଛି। ସ୍ପେଶାଲ ସ୍କ୍ବାଡ୍‌ ପିଣ୍ଟାକୁ ଏସ୍‌ଟିଏଫ୍ ଜିମା ଦେବା ପରେ ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନାନୁସାରେ ଖୋର୍ଧା, ବେଗୁନିଆ ଓ ଜଟଣୀ ତହସିଲ୍ ଅଞ୍ଚଳରରେ ଚାଲିଥିବା ବେଆଇନ୍ ମାଙ୍କଡ଼ା ପଥର ଖଣି କାରବାର ରୢାକେଟ୍‌ରେ ସେ ଅନ୍ୟତମ କାର୍ପଟଦାର୍ ଥିଲା। ଖୋର୍ଧ‌ାରେ ଏସ୍‌ଟିଏଫ୍‌ ଚଢ଼ଉ ଓ ବ୍ୟାପକ ଗିରଫଦାରି ଯୋଗୁଁ ଧୂର୍ତ୍ତ ପିଣ୍ଟା ଅଣ୍ଡରଗ୍ରାଉଣ୍ଡ ହୋଇ ଯାଇଥିଲା। ଏସ୍‌ଟିଏଫ୍ ଟିମ୍‌ ହାବୁଡ଼ରୁ ଖସି ଯାଇ ସେ ବାହାରେ ଆତ୍ମ‌ଗୋପନ କରିଥିଲା। ତେଣୁ ପିଣ୍ଟା ଉପ‌ରେ ନଜର ରଖିବା ପାଇଁ ଏସ୍‌ଟିଏଫ୍ ପକ୍ଷରୁ ସ୍ପେଶାଲ୍ ସ୍କ୍ବାଡକୁ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe