ଭଦ୍ରକ: ପୁଲିସର ବାହାଦୂର ପଣ ଭଦ୍ରକରେ ଦେଖିବାକୁ ମିଳିଛି। ଲୁଟ୍‌ର ମାସେ ପରେ ଲକ୍ଷାଧିକ ଟଙ୍କାକୁ ଭଦ୍ରକ ପୁଲିସ ଜବତ କରି ଏହାର ପ୍ରକୃତ ମାଲିକଙ୍କୁ ଫେରାଇ ଦେଇଛି। ଗତ ଅକ୍ଟୋବର ମାସ ୧୦ ତାରିଖ ଦିନ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ଚରମ୍ପାର ଷ୍ଟେସନ ରୋଡ୍‌ରୁ ଲୁଟ୍‌ ହୋଇଥିବା ୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରିବା ସହିିତ ଟଙ୍କାର ମାଲିକ ଗୌରହରି ମହାନ୍ତିଙ୍କୁ ଫେରାଇ ଦେଇଛି। ପୁଲିସର ଏହି ସାହସୀ କାମକୁ ଜନସାଧାରଣରେ ପ୍ରଶଂସା କରାଯାଇଛି। 

Advertisment

ଲୁଟେରାଙ୍କୁ ଗିରଫ ପାଇଁ ଟିମ୍‌ ଗଠିତ 

ପୁଲିସ କହିଛି ଥୋରଦା ଅଞ୍ଚଳର ଗୌରହରି ମହାନ୍ତିଙ୍କ ବାଇକ୍ ଡିକି ଭାଙ୍ଗି ୨ଜଣ ଲୁଟେରା ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଥିଲେ। ଏହି ଲୁଟ୍ ଘଟଣାର ସମସ୍ତ ତଥ୍ୟ ସିସିଟିଭିରେ କଏଦ ହୋଇଥିଲା। ଘଟଣାକୁ ଗୁରୁତର ସହ ନେଇ ଭଦ୍ରକ ଏସ୍‌ପି ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ତଦନ୍ତ କରି ରବିବାର ଦିନ ଯାଜପୁରରୋଡ ଥାନା ଅଧିନ ମୁଣ୍ଡମାଳ ଅଞ୍ଚଳର ଏକ ଘରୁ ଲୁଟ୍‌ ଟଙ୍କା ମଧ୍ୟରୁ ୪ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଥିଲେ। ତେବେ ଲୁଟେରାମାନେ ମାସେ ଭିତରେ ୫୦ ହଜାର ଟଙ୍କା ଖର୍ଚ୍ଚ କରିଦେଇଛନ୍ତି। ପୁଲିସ ଆସିବା ସୂଚନା ପାଇ ଲୁଟେରା ୨ ଜଣ ଫେରାର ହୋଇଯାଇଛନ୍ତି। ଜବତ ଟଙ୍କାକୁ ଗୌରହରି ମହାନ୍ତିଙ୍କୁ ପୁଲିସ ଦିଆଯାଇଛି। ଦୁଇ ଲୁଟେରାଙ୍କୁ ଗିରଫ କରାଯିବା ନେଇ ଏକ ଟିମ ଗଠନ କରାଯାଇଛି।

ଆହୁରି ପଢ଼ନ୍ତୁ: https://sambad.in/district/bhadrak/rs-45-lakh-looted-in-bhadrak-10549100

ଭଣଜାଙ୍କ ପାଖରୁ ଆଣିଥିଲେ ବ୍ୟାଙ୍କ ଚେକ୍‌

ସୂଚନାଯୋଗ୍ୟ, ଚରମ୍ପା ଷ୍ଟେସନବଜାର ଅଞ୍ଚଳରୁ ଗତମାସ ୧୦ ତାରିଖ ଦିନ ଗୌରହରି ମହାନ୍ତିଙ୍କ ବାଇକ୍‌ ଡିକିରୁ ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଗୌରହରି ମହାନ୍ତି ସେଦିନ ବାଲେଶ୍ବର ଜିଲ୍ଲା ସୋର ଯାଇ ନିଜର ଭଣଜାଙ୍କ ନିକଟରୁ ଏକ ବ୍ୟାଙ୍କ ଚେକ ଆଣି ଭଦ୍ରକ ଆସିଥିଲେ। ଭଦ୍ରକରେ ବ୍ୟାଙ୍କରେ ଚେକ୍‌ ପ୍ରଦାନ କରି ୪ ଲକ୍ଷ ୬୦ ହଜାର ଟଙ୍କା ଉଠାଣ କରି ନିଜ ବାଇକ୍‌ ଡିକିରେ ରଖିଥିଲେ। ଏହା ପରେ ନିକଟସ୍ଥ ଏକ ଦୋକାନକୁ ଯାଇଥିଲେ। ଦୋକାନରୁ ଫେରି ଆସି ଦେଖନ୍ତି ତ ତାଙ୍କ ଗାଡ଼ି ଡିକି ଭାଙ୍ଗି କେହି ଦୁର୍ବୃତ୍ତ ସବୁ ତକ ଟଙ୍କା ଲୁଟି ନେଇଥିଲା। ଏହି ଘଟଣା ପରେ ଶ୍ରୀ ମହାନ୍ତି ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଥାନରେ କେଶ ନମ୍ବର ୫୯୮/ ୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଟାଉନ ଥାନା ଅଧିକାରୀ ପ୍ରଭାନଶ୍ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: Murder In Sambalpur: କାଲୁ ବାହାଦୂର ହତ୍ୟା ମାମଲା: ପ୍ରତିଶୋଧ ପାଇଁ ହତ୍ୟା

ରିପୋର୍ଟ: ଡ. ହରିହର ନାୟକ