କାଠୁଆ ଦୁଷ୍କର୍ମ ପୀଡିତାଙ୍କ କାର୍ଟୁନ୍‌ କରିଥିବା କଳାକାରଙ୍କ ଘର ଉପରକୁ ପଥରମାଡ

Advertisment
କାଠୁଆ ଦୁଷ୍କର୍ମ ପୀଡିତାଙ୍କ କାର୍ଟୁନ୍‌ କରିଥିବା କଳାକାରଙ୍କ ଘର ଉପରକୁ ପଥରମାଡ

ପଲକ୍କଡ଼: କେରଳର ପଲକ୍କଡ଼ରେ ବସବାସ କରୁଥିବା କଳାକାର ଦୁର୍ଗା ମଲାଠିଙ୍କ ଘର ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ପଥରମାଡ କରିଥିବା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଦୁଷ୍କର୍ମ ମାମଲାକୁ ନେଇ ଦୁଇ ଆପତ୍ତିଜନକ ପେଣ୍ଟିଙ୍ଗ କରି ହିନ୍ଦୁ ଦେବା-ଦେବୀଙ୍କୁ ଦୋଷୀ ବୋଲି ଦର୍ଶାଇ ଥିଲେ। ଏହା ବ୍ୟତୀତ ଫେସ୍‌ବୁକ୍‌ରେ ଦୁର୍ଗାଙ୍କୁ କେତେକ ଲୋକ ଗାଳି ମଧ୍ୟ ଦେଇଛନ୍ତି। ଶୁକ୍ରବାର ଦିନ କିଛି ଲୋକ ଦୁର୍ଗାଙ୍କ ପଲକ୍କଡ଼ସ୍ଥିତ ଘର ଉପରକୁ ପଥରମାଡ କରିଥିଲେ । ଫଳରେ ତାଙ୍କ ଘର ସାମ୍ନାରେ ଥିବା କାଚ ଭାଙ୍ଗି ଯାଇଛି। ଯେଉଁ କାର୍ଟୁନ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି ସେଥିରେ ତ୍ରିଶୁଳକୁ ମାନବ ଲିଙ୍ଗ ଭଳି ଦର୍ଶା ଯାଇଛି। ଏହା ଉପରେ ଭାରତୀୟ ଜନତା ପାର୍ଟିର ପତାକାକୁ ବି ଦର୍ଶା ଯାଇଥିଲା। ଏହା ପୂର୍ବରୁ ବି ଦୁର୍ଗା ବିଭିନ୍ନ ପ୍ରକାର କାର୍ଟୁନ୍‌ ବନାଇ ସାରିଛନ୍ତି। ତେବେ ଏହି ଘଟଣଣାକୁ ନେଇ ଦୁର୍ଗା ପୁଲିସ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି। ତେବେ ସେ ତାଙ୍କ କାର୍ଟୁନ୍‌କୁ ନେଇ କାହାକୁ କ୍ଷମା ମାଗି ପାରିବେ ନାହିଁ ବୋଲି ବି ସ୍ପଷ୍ଟ ଭାବେ ମନା କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe