ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ସରକାରୀ କଳର କୋହଳ ମନୋଭାବକୁ ନେଇ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକରେ ମନମାନି ସୀମା ଟପି ଯାଇଛି। କେଉଁଠି ଘରୋଇ ଶିକ୍ଷକଙ୍କ ଦ୍ବାରା ନାବାଳିକା ଛାତ୍ରୀ ଅସଦାଚରଣର ଶିକାର ହେଲେଣି ତ ପୁଣି କେଉଁଠି ଟ୍ୟୁସନ୍ ଓ ହଷ୍ଟେଲ ଲାଳସାରେ ମାତ୍ରାଧିକ ଅର୍ଥ ଆଦାୟ କରାଯାଉଛି। ଖାଲି ସେତିକି ନୁହେଁ, ଛାତ୍ରଛାତ୍ରୀଙ୍କୁ ନିଜ ଟ୍ୟୁସନ୍କୁ ଆକର୍ଷିତ କରିବା ପାଇଁ ସରକାରୀ ଶିକ୍ଷକଙ୍କୁ ମଧ୍ୟ ନିୟୋଜିତ କରାଯାଉଛି। ନୟାଗଡ଼ ଜିଲ୍ଲାଦଶପଲ୍ଲାର ସର୍ବ ପୁରାତନ ବାରପୁରିକିଆସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରତି ୧୦ମ ଶ୍ରେଣୀର ଛାତ୍ରଙ୍କ ରାଗିଂ ସୀମା ଟପିଛି।
ରାତି ଅଧରେ ଶୋଇଥିବା ଛାତ୍ରକୁ ହଷ୍ଟେଲ ଗୃହରୁ ଉଠାଇ ଆଣି ଅତି ଅମାନବୀୟ ଭାବେ ପ୍ଲାଷ୍ଟିକ୍ ପାଇପ୍ ଓ କାଠ ବ୍ୟାଟ୍ ଯୋଗେ ମାଡ଼ମାରି ଲହୁଲୁହାଣ କରିରାଯାଇଛି, ଯାହାର ଭିଡ଼ିଓ ମଧ୍ୟ ଛାତ୍ରମାନେ ନିଜେ ରେକଡ଼ିଂ କରିଥିବା ଜଣାପଡ଼ିଛି। ରାଗିଂର ଶିକାର ହୋଇଥିବା ଛାତ୍ରଙ୍କ ହାତ ଭାଙ୍ଗିଥିବା କୁହାଯାଉଛି। ଘଟଣାଟି ପ୍ରାୟ ୨ ମାସ ତଳର ହୋଇଥିବା ବେଳେ ହଷ୍ଟେଲ କର୍ତ୍ତୃପକ୍ଷ ଘଟଣାକୁ ଜାଣିବା ପରେ ଆପୋଷ ସମାଧାନ କରିଥିବା କୁହାଯାଉଛି। ମାତ୍ର ଏବେ ଏହି ଘଟଣାର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାପରେ ଅଭିଭାବକ ମହଲ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ଓ ଶିକ୍ଷାବିତଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏଭଳି କାର୍ଯ୍ୟପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ଉଠିଛି।
ଆହୁରି ପଢ଼ନ୍ତୁ: Police Rescued Teacher: ମାତାଲ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟରେ ହଙ୍ଗାମା
ମାଲିକଙ୍କୁ ଉଠାଇ ଆଣିଲା ପୁଲିସ
ଏହି ଭିଡ଼ିଓ ଭାଇରାଲ୍ ହେବାପରେ ଥାନା ଅଧିକାରୀ ବିନୟ ରଂଜନ ପରିଡ଼ା ଘଟଣାକୁ ଗୁରୁତର ଭାବେ ନେଇଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ମାଲିକଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରିବା ସହ ମାଡ଼ ମାରିଥିବା ଓ ମାଡ଼ ଖାଇଥିବା ଛାତ୍ର ଓ ଅଭିଭାବକଙ୍କୁ ଡ଼କାଇ ତଦନ୍ତ ଚଳାଇଛନ୍ତି। ଏପଟେ ଖବରପାଇ ଥାନାରେ ଏସ୍ଡ଼ିପିଓ ଜ୍ୟୋତି ରଂଜନ ସାମନ୍ତରାୟ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।
ଆହୁରି ପଢ଼ନ୍ତୁ: ଦଶପଲ୍ଲା ସହରରେ ବଢ଼ୁଛି ବୁଲା କୁକୁରଙ୍କ ଉତ୍ପାତ: କୁକୁର କାମୁଡ଼ାରେ ୫୦ ଆହତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/03/dasapalla-2025-12-03-22-28-37.jpg)