ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ବିଦ୍ୟାଳୟ ହେଉଛି ଶିକ୍ଷା ରୂପକ ମନ୍ଦିର। ଏଠାରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ହେଉଛନ୍ତି ପୂଜାରୀ। ପିଲାମାନଙ୍କର ଉନ୍ନତି ଓ ସଫଳତା ପାଇଁ କାମ କରିବା ହେଉଛି ସେମାନଙ୍କର ମୁଖ୍ୟ କାମ। କିନ୍ତୁ ସମୟ ବଦଳିବା ସହିତ ଶିକ୍ଷକମାନଙ୍କର ଆଭିମୁଖ୍ୟ ମଧ୍ୟ ବଦଳିଛି। ଆମ ସମାଜରେ ଅନେକ ଶିକ୍ଷକ ଅଛନ୍ତି, ଯେଉଁମାନଙ୍କର କାର୍ଯ୍ୟକଳାପ ଶିକ୍ଷକ ସମାଜକୁ କଳୁଷିତ କରୁଛି। ଜଣେ ମଦ୍ୟପ ଶିକ୍ଷକଙ୍କ ପାଇଁ ଆଜି ସ୍କୁଲ ପରିସରରେ ହଙ୍ଗାମା ଦେଖାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଲେ ଶିକ୍ଷକ
ଦଶପଲ୍ଲା ଥାନା ପଙ୍କୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମଚନ୍ଦ୍ର ପ୍ରଧାନ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟକୁ ବିଳମ୍ବରେ ଆସିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଡ଼ଙ୍କିରେ ମାଡ଼ ମାରିବା ସହ ବିଦ୍ୟାଳୟ ଭିତରେ ମଦ୍ୟପାନ କରିଥିଲେ। ପରେ ଅଭିଭାବକମାନେ ପଚାରିବାରୁ ସେମାନଙ୍କୁ ମଧ୍ୟ ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିବା ସହ ମଧ୍ୟାହ୍ନ ଭୋଜନରେ ପୋକଡା ସୋୟାବିନ ବଡି ରୋଷେଇ କରିବାକୁ ଦେଇଥିଲେ। ଇଚ୍ଛା ହେଉଛି ଯଦି ଖାଇବ ଖାଅ, ନଚେତ୍ ଘରକୁ ପଳାଅ ବୋଲି କହିଛନ୍ତି।
ଆହୁରି ପଢ଼ନ୍ତୁ: Municipal elections on ballot: ବାଲାଟ୍ରେ ପୌର ନିର୍ବାଚନ କରାନ୍ତୁ:ଦାଖଲ ଆବେଦନ ନେଇ ନୋଟିସ୍ ଜାରି କଲେ ହାଇକୋର୍ଟ
ବାଇଗଣ ଚାଷ କରିବି: ଶିକ୍ଷକ
ଏ ସମ୍ପର୍କରେ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସବୁ କଥା ସ୍ୱୀକାର କରିବା ସହ ଭୋଜି ହୋଇଥିଲା ମୁଁ ପିଇଛି ବୋଲି କହିଥିଲେ। ମୋତେ ଯଦି ନିଲମ୍ବନ କରାଯାଏ, ତାହାହେଲେ ମୁଁ ବାଇଗଣ ଚାଷ କରିବି। ସେପଟେ ଅଭିଭାବକମାନେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ତୁରନ୍ତ ଅନ୍ୟତ୍ର ବଦଳି ପାଇଁ ଦାବି କରିଛନ୍ତି। ବିଦ୍ୟାଳୟରୁ ଏହି ଶିକ୍ଷକ ଜଣଙ୍କ ନଯିବା ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ିବା ପାଇଁ ଛାଡ଼ିବୁ ନାହିଁ ବୋଲି ଦାବି କରିଛନ୍ତି। ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା ଘଟଣାସ୍ଥଳରେ ପହଂଚି ମଦ୍ୟପ ପ୍ରଧାନ ଶିକ୍ଷକଙ୍କୁ ଉଦ୍ଧାର କରିଛନ୍ତି।
ଆହୁରି ପଢ଼ନ୍ତୁ: Defence Ministry Projects: ଲଦାଖରେ ଚୀନ୍ ସେନାଙ୍କୁ ପାନେ ଦେବାକୁ ଯୋଜନା: ଭାରତ ଛାଡ଼ିବ ତିବ୍ଦତୀୟ ଗଧିଆ-ଚମରୀ ଗାଈ-ତୁଷାର ଚିତାବାଘ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/08/dasapalla-2025-11-08-16-32-48.jpg)