ବିବାହ ପାଇଁ ରାଜି ନ ହେବାରୁ କଲେଜ ଭିତରେ ପଶି ଛାତ୍ରୀଙ୍କୁ ହତ୍ୟା କଲା ସଂପର୍କୀୟ ଭାଇ

Advertisment
ବିବାହ ପାଇଁ ରାଜି ନ ହେବାରୁ କଲେଜ ଭିତରେ ପଶି ଛାତ୍ରୀଙ୍କୁ ହତ୍ୟା କଲା ସଂପର୍କୀୟ ଭାଇ

www.google.com

ବେଙ୍ଗାଲୁର: କର୍ଣ୍ଣାଟକର ବେଙ୍ଗାଲୁରରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କର ଜଣେ ଦୂର ସଂପର୍କୀୟ ଭାଇ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଥିବା ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି।

ଯୁବତୀଙ୍କ ନାମ ଲୟସ୍ମିତା। ସେ ବି.ଟେକ୍‌ ପଢୁଥିବା ପ୍ରେସିଡେନ୍ସି କଲେଜରେ ପଶି ତାଙ୍କ ସଂପର୍କୀୟ ଭାଇ ତାଙ୍କୁ ହତ୍ୟା କରିଥିବା ସୂଚନା ରହିଛି। ସଂପର୍କୀୟ ଭାଇର ନାମ ପୱନ କଲ୍ୟାଣ। ପୱନ କଲ୍ୟାଣ ଲୟସ୍ମିତାଙ୍କୁ ଏକାଧିକ ବାର ଛୁରୀରେ ଆଘତ କରି ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି।

ପୱନକଲ୍ୟାଣ ବେଙ୍ଗାଲୁରର ନୃପଥୁଙ୍ଗା ବିଶ୍ବବିଦ୍ୟାଳୟର ବିସିଏ ଛାତ୍ର। ସୂତ୍ରରୁ ଜାଣିବାକୁ ମିଳିଛି ଯେ ପୱନ କଲ୍ୟାଣ ଏକତରଫା ପ୍ରେମ କରି ଲୟସ୍ମିତାଙ୍କୁ ବିବାହ କରିବାକୁ ଚାହୁଁଥିଲା। ମାତ୍ର ଲୟସ୍ମିତା ରାଜି ନ ହେବାରୁ ସେ ଏକ ଛୁରୀ ଧରି ଲୟସ୍ମିତ‌ାର କଲେଜକୁ ପଶି ସୁରକ୍ଷାକର୍ମୀଙ୍କୁ ଧମ‌କାଇବା ସହ ଲୟସ୍ମିତାକୁ ସିଧା ଆକ୍ରଣମ କରିଥିଲା।

ଲୟସ୍ମିତାକୁ ଛୁରୀରେ ଏକାଧିକ ବାର ଆଘାତ ଦେବା ପରେ ପୱନ କଲ୍ୟାଣ ନିଜର ଜୀବନ ନେବାକୁ ବି ଚେଷ୍ଟା କରିଥିଲା। ସେ ନିଜକୁ ବି ଛୁରୀରେ ଆଘାତ କରିବାରେ ଲାଗିଥିଲା। ଏହି ଘଟଣା ଘଟିବା ପରେ ଲୟସ୍ମିତାଙ୍କ ସାଙ୍ଗ ଓ କଲେଜ କର୍ମଚାରୀ ମିଶି ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଜାଣିବାକୁ ମିଳିଛି ଯେ ୩-୪ ବର୍ଷ ତଳେ ପୱନ ଲୟସ୍ମିତାଙ୍କ ପରିବାର ଲୋକଙ୍କୁ ତାଙ୍କର ଲୟସ୍ମିତାଙ୍କ ସହ ବିବାହ କରିଦେବା ପାଇଁ ନିବେଦନ କରିଥିଲେ। ମାତ୍ର ଲୟସ୍ମିତାଙ୍କ ପରିବାର ଲୋକ ମନା କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe