କେରଳ: ଶ୍ରେଣୀରେ ଜାତୀୟ ସଂଗୀତ ଗାନ ସମୟରେ ମଜା କରିବାରୁ ଛାତ୍ର ନିଲମ୍ବିତ

କେରଳ: ଶ୍ରେଣୀରେ ଜାତୀୟ ସଂଗୀତ ଗାନ ସମୟରେ ମଜା କରିବାରୁ ଛାତ୍ର ନିଲମ୍ବିତ

କୋଚି: କୋଚିର ମୁଭାତୁପୁଜା ସହରରେ ଥିବା ନିର୍ମଳ କଲେଜର ନେତା ଜାତୀୟ ସଂଗୀତକୁ ନେଇ ମଜା କରି ଜାତୀୟ ସଂଗୀତର ଅପମାନ କରିଥିବାରୁ ତାକୁ କଲେଜରୁ ନିଲମ୍ବିତ କରାଯାଇଛି। ଛାତ୍ର ଜଣକ ଷ୍ଟୁଡେଣ୍ଟ୍‌ ଫିଡରେସନ୍‌ ଅଫ୍‌ ଇଣ୍ଡିଆ(ଏସ୍‌ଏଫ୍‌ଆଇ)ର ନେତା ବୋଲି ଜାଣିବାକୁ ମିଳିଛି।

ଏହି ଏସ୍‌ଏଫ୍‌ଆଇ ନେତା ଜଣକ ହେଉଛି ଅସ୍‌ଲମ୍‌ ସଲିମ୍‌। କ୍ଲାସ୍‌ ସରିବା ପରେ କକ୍ଷରେ ଜାତୀୟ ସଂଗୀତ ଗାନ ସମୟରେ ସେ ଜାତୀୟ ସଂଗୀତରେ ମଜାକ ଉଡ଼ାଇଥିଲା ବୋଲି ଜାଣିବାକୁ ମିଳିଛି।

ଏହି ଘଟଣାଟି ଗତ ଫେବ୍ରୁଆରି ୨୭ ତାରିଖରେ ଘଟିଥିଲା। ଘଟଣା ଘଟିବା ପରେ ବି.ଏ ତୃତୀୟ ବର୍ଷ ଛାତ୍ର ସଲିମ୍‌କୁ ନିଲମ୍ବିତ କରିବା ପାଇଁ ଷ୍ଟାଫ୍‌ମାପେ ମିଶି ପ୍ରିନ୍ସିପାଲଙ୍କ ନିକଟରେ ଅଭିଯୋଗ କରିଥିଲେ।

publive-image

ସଲିମ୍‌ର ଏପରି ଘୃଣ୍ୟ କାର୍ଯ୍ୟ ସମୟର ଭିଡିଓ ଭାଇରାଲ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳିଛି ସେ ଜାତୀୟ ସଂଗୀତ ଗାନ ସମୟରେ ସଲିମ ଅସମ୍ମାନ କରିବା ଢଙ୍ଗରେ ଛିଡ଼ା ହୋଇଛି। ଅନ୍ୟ ପିଲାମାନେ ଜାତୀୟ ସଂଗୀତ ଗାଉଥିବା ବେଳେ ସେ ତାହାକୁ ନିଜ ଫୋନ୍‌ରେ ଫଟୋ ଉଠାଉଛି ।

ଭିଡଓ ଦେଖାଇବା ସହ କେରଳ ଛାତ୍ର ସଂଗଠନ ୁ ପୁଲିସ୍‌ରେ ସଲିମ୍‌ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରିବା ପରେ ଗତ କାଲି ତାକୁ କଲେଜରୁ ବାହାର କରି ଦିଆଯାଇଛି।

ଅନ୍ୟପକ୍ଷରେ ସଲିମ୍‌ ଏସ୍‌ଏଫ୍‌ଆଇର ନେତା ବୋଲି ଏସ୍‌ଏଫ୍‌ଆଇ ଅସ୍ୱୀକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe