ସ୍ମାର୍ଟ ଟିଭିରେ ପର୍ଣ୍ଣ ସାଇଟ୍‌ ଦେଖିବା ପଡ଼ିଲା ମହଙ୍ଗା, ହ୍ୟାକର ସ୍ୱାମୀ-ସ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ଏପରି କରି ଦେଲେ ଭାଇରାଲ୍‌

Advertisment
ସ୍ମାର୍ଟ ଟିଭିରେ ପର୍ଣ୍ଣ ସାଇଟ୍‌ ଦେଖିବା ପଡ଼ିଲା ମହଙ୍ଗା, ହ୍ୟାକର ସ୍ୱାମୀ-ସ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ଏପରି କରି ଦେଲେ ଭାଇରାଲ୍‌

zeenews

ନୂଆଦିଲ୍ଲୀ: ସୁରତର ନିକଟସ୍ଥ ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କୁ ପର୍ଣ୍ଣ ସାଇଟ ଦେଖିବାର ଅଭ୍ୟାସ ଥିଲା। ଏକଦା ସେ ତାଙ୍କ ପତ୍ନୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ଦୃଶ୍ୟକୁ ଉକ୍ତ ପର୍ଣ୍ଣ ସାଇଟ୍‌ରେ ଦେଖିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଯୁବକ ଏନେଇ ନିଜ ପତ୍ନୀଙ୍କୁ ଜଣାଇବା ସହ ପୁଲିସକୁ ଏହି ମାମଲାର ସୂଚନା ଦେଇଥିଲେ।

publive-image

ସାଇବର କ୍ରାଇମ୍‌ ଏକ୍ସପର୍ଟ ଏହି ମାମଲାର ଯାଞ୍ଚ କରିବା ପରେ ଜଣାପଡ଼ିଥିଲା କି, ଘରେ ଲାଗିଥିବା ସ୍ମାର୍ଟ ଟିଭି ହେତୁ ଏହା ସମ୍ଭବ ହୋଇପାରିଛି। ହ୍ୟାକର ଏହାକୁ ହ୍ୟାକ୍‌ କରି ଦେଇଥିଲେ ଓ ସ୍ୱାମୀ-ସ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ରେକର୍ଡ କରି ନେଇଥିଲେ। ଏହି ଖବର ଶୁଣି ଆପଣଙ୍କୁ ସିନେମା ଭଳି ଲାଗୁ ଥିଲେ ବି ଘଟଣା ଟି ସତ।

ପୀଡିତ ଯୁବକ ଏକ ଘରୋଇ କମ୍ପାନିରେ କାମ କରନ୍ତି। ସାଇବର ଏକ୍ସପର୍ଟଙ୍କ କହିବାନୁସାରେ, ଘରେ କୌଣସି ହିଡେନ୍‌ କ୍ୟାମେରା ଲାଗି ନାହିଁ। ତେବେ ସେ ସ୍ମାର୍ଟ ଟିଭିରେ କ୍ୟାମେରା ଲାଗିଥିବା ଦେଖିବାକୁ ପାଇଥିଲେ। ଯାଞ୍ଚ ପରେ ଜଣାପଡ଼ିଥିଲା କି ଟିଭିକୁ ହ୍ୟାକ୍‌ କରି ଦିଆଯାଇଥିଲା ଏବଂ ଏହି କ୍ୟାମେରା ଜରିଆରେ ସବୁକିଛି ରେକର୍ଡ କରି ନିଆଯାଇଥିଲା।

publive-image

ସ୍ମାର୍ଟ ଟିଭିରେ ପ୍ରତ୍ୟେକଟି ଆଧୁନିକ ସୁବିଧା ରହିଥାଏ। ଏଥିରେ େଓ୍ଵବକ୍ୟାମ୍‌ ଓ ମାଇକ୍ରୋଫୋନ୍‌ ବି ଖଞ୍ଜା ଯାଇଥାଏ। ଏହା ଇଣ୍ଟରନେଟ ସହିତ କନେକ୍ଟ ହୋଇଯାଇଥାଏ। ଏହାପରେ ଏହାର ବ୍ୟବହାର କମ୍ପ୍ୟୁଟର ଭଳି କରାଯାଇଥାଏ। ଏହା ଇଣ୍ଟରନେଟ୍‌ ସହିତ କନେକ୍ଟ ହୋଇଗଲା ପରେ ଏହାକୁ ହ୍ୟାକ୍‌ କରିବା କମ୍ପ୍ୟୁଟର ଓ ଲ୍ୟାପଟପ୍‌ ହ୍ୟାକ୍‌ କରିବା ଭଳି ପରିସ୍ଥିତି ହୋଇଥାଏ। ସାଇବର ଏକ୍ସପର୍ଟ ସ୍ୱାମୀ-ସ୍ତ୍ରୀଙ୍କ ଏହି ଭିଡିଓକୁ ଇଣ୍ଟରନେଟରୁ ହଟାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe