ଦୁଷ୍କର୍ମ ପରେ ନାବାଳିକାଙ୍କୁ ଛାତରୁ ଠେଲି ଦେଲେ ଦୁଷ୍କର୍ମକାରୀ: ଅଚେତ ଅବସ୍ଥାରେ ରାସ୍ତାରୁ ଉଦ୍ଧାର କଲା ପୁଲିସ

Advertisment
ଦୁଷ୍କର୍ମ ପରେ ନାବାଳିକାଙ୍କୁ ଛାତରୁ ଠେଲି ଦେଲେ ଦୁଷ୍କର୍ମକାରୀ: ଅଚେତ ଅବସ୍ଥାରେ ରାସ୍ତାରୁ ଉଦ୍ଧାର କଲା ପୁଲିସ

Law Gupshup

ନୂଆଦିଲ୍ଲୀ: ଗୁଜୁରାଟର ସୁରଟ ସହରରେ ଜଣେ ୧୮ବର୍ଷର କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବା ସହିତ ତାଙ୍କୁ ଛାତରୁ ତଳକୁ ଫିଙ୍ଗି ଦିଆଯାଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ପୀଡିତା ପାର୍ଲ ପଏଣ୍ଟ ଅଞ୍ଚଳସ୍ଥ ରାସ୍ତାରେ ଚେତାଶୂନ୍ୟ ହୋଇ ପଡ଼ିଥିଲେ ଏବଂ ତାଙ୍କ ଶରୀରରୁ ରକ୍ତସ୍ରାବ ହେଉଥିଲା। ତେବେ ଏହି ଘଟଣା ବୁଧବାର ରାତିରେ ଘଟିଥିବା ଜଣାପଡ଼ିଛି।

ଡେପୁଟି କମିସନର ଅଫ୍ ପୁଲିସ (ଜୋନ୍)) ବିଧି ଚୌଧୁରୀ କହିଛନ୍ତି ଯେ ପାର୍ଲ ପଏଣ୍ଟ ଅଞ୍ଚଳରେ ଜଣେ ଯୁବତୀ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା କଣ୍ଟ୍ରୋଲ ରୁମକୁ ଫୋନ କରି କେହି ଜଣେ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ରକ୍ତାକ୍ତ ଅବସ୍ଥାରେ ପୀଡିତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା।

ପ୍ରାଥମିକ ତଦନ୍ତରୁ ନାବାଳିକା ସହିତ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଦୁଷ୍କର୍ମ ପରେ ଦୁଷ୍କର୍ମକାରୀ ଉକ୍ତ ଅଞ୍ଚଳର ଏକ କୋଠାର ଛାତରୁ ତଳକୁ ଠେଲି ଦେଇଥିବା ସନ୍ଦେହ କରାଯାଉଛି । ଗୁରୁବାର ସନ୍ଧ୍ୟାରେ ସୁରଟ ପୁଲିସ ଏହି ଘଟଣାରେ ୩୭୬ ଓ ୩୦୭ରେ ଏକ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତକୁ ଚିହ୍ନଟ କରିବା ଏବଂ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

ପୀଡିତା ଜଣକ ଜଣେ ଅଟୋ ଚାଳକଙ୍କ ଝିଅ। ସେ ବୁଧବାର ସକାଳେ ଗୋଦାଦାରା ଅଞ୍ଚଳସ୍ଥ ନିଜ ଘରୁ ବାହାରି ଭେସୁ ଅଞ୍ଚଳରେ ଥିବା କଲେଜକୁ ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପୀଡିତାଙ୍କ ପିତା ଫୋନ କରିଥିଲେ କିନ୍ତୁ ଝିଅର କୌଣସି ସନ୍ଧାନ ପାଇ ନଥିଲେ। ଏହାପରେ ପୀଡିତା ପିତା ଏନେଇ ପୁଲିସରେ ସୂଚନା ଦେଇଥିଲେ ବୋଲି ଲିମ୍ବାୟତ ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe