ନାଥୁରାମ ଗଡସେଙ୍କ ଜନ୍ମଦିନ ମନାଉଥିବା ୬ ଅଭିଯୁକ୍ତ ଗିରଫ

Advertisment
ନାଥୁରାମ ଗଡସେଙ୍କ ଜନ୍ମଦିନ ମନାଉଥିବା ୬ ଅଭିଯୁକ୍ତ ଗିରଫ

ସୁରତ: ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟା କରିଥିବା ନାଥୁରାମ ଗଡସେଙ୍କ ଜନ୍ମଦିନ ମନାଇବା କାରଣରୁ ପୁଲିସ୍‌ ସୋମବାର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୁରତର ପୁଲିସ୍‌ କମିସନର ସତିଶ ଶର୍ମା କହିଛନ୍ତି କି ‘ଜିଲ୍ଳାର ଲିମ୍ବାୟତ ଅଞ୍ଚଳସ୍ଥିତ ସୂର୍ଯ୍ୟମୁଖି ହନୁମାନ ମନ୍ଦିର ପରିସରରେ ହିନ୍ଦୁ ମହାସଭା କାର୍ଯ୍ୟକର୍ତ୍ତାମାନଙ୍କ ପକ୍ଷରୁ ଏକ ସମାରୋହର ଆୟୋଜନ କରାଯାଇଥିଲା। ଗଡସେଙ୍କ ଜନ୍ମଦିନ ପାଳନ ପାଇଁ ଏହି ସମାରୋହ ହୋଇଥିଲା। ଗଡସେଙ୍କ ଫଟୋ ଲଗାଯିବା ସହ ଚାରିଆଡ଼େ ଦୀପ ଜଳାଇବା ସହ ମିଠା ବଣ୍ଟା ଯାଉଥିଲା। ଭଜନ କାର୍ଯ୍ୟକ୍ରମ ବି କରାଯାଉଥିଲା। ସେହି ସମୟର ଫଟୋ ଓ ଭିଡିଓ ବି ରହିଛି।’

ସେ ଆହୁରି ବି କହିଛନ୍ତି କି ଜାତୀୟ ପିତାଙ୍କ ହତ୍ୟାକାରୀ ଗଡସେଙ୍କ ସମ୍ମାନ କରାଯିବାରୁ ଅନେକ ଲୋକଙ୍କ ଭାବନାକୁ ଆଘାତ ଲାଗିଛି। ଶାନ୍ତି ପୂର୍ଣ୍ଣ ପରିବେଶକୁ ଖରାପ କରିବାର ଉଦ୍ୟମ କରିବା କାରଣରୁ ସେମାନଙ୍କୁ ଗିରଫ କରାଯାଇଛି। ଉଲ୍ଳେଖଯୋଗ୍ୟ, ପୂର୍ବରୁ ଅଭିନେତା ଟର୍ଣ୍ଣଡ ରାଜନେତା କମଲ ହସନ ଗଡସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି କହି ବିବାଦିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe