ଅବସରପ୍ରାପ୍ତ ଡାକ୍ତରଙ୍କ ନାମରେ ଆସିଲା ସାଂଘାତିକ ଅଭିଯୋଗ; ୩୪୯ଜଣ ପିଲାଙ୍କ ସହିତ କରିଛନ୍ତି ଦୁଷ୍କର୍ମ

Advertisment
ଅବସରପ୍ରାପ୍ତ ଡାକ୍ତରଙ୍କ ନାମରେ ଆସିଲା ସାଂଘାତିକ ଅଭିଯୋଗ; ୩୪୯ଜଣ ପିଲାଙ୍କ ସହିତ କରିଛନ୍ତି ଦୁଷ୍କର୍ମ

Metro

ନୂଆଦିଲ୍ଲୀ: ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି ମଣିଷ ମାନି ଥାଏ। ରୋଗ ଭଲ କରିବା ପାଇଁ ବିଶ୍ୱାସ ରଖି ଡାକ୍ତରଙ୍କ ପାଖକୁ ଯାଇଥାଏ। କିନ୍ତୁ ସେହି ଡାକ୍ତର ଯଦି ଅମଣିଷ ପାଲଟି ଯିବ ତେବେ କଥା ସରିଗଲା। ଏମିତି ଏକ ଅଭାବନୀୟ ଘଟଣା ଫ୍ରାନ୍ସରୁ ସାମ୍ନାକୁ ଆସିଛି।

ଜଣେ ଡାକ୍ତର ୩୪୯ଜଣ ପିଲାଙ୍କୁ ଦୁଷ୍କର୍ମ କରିବା ସହିତ ଯୌନ ନିର୍ଯାତନା ବି ଦେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ୬୮ବର୍ଷର ଡାକ୍ତରଙ୍କ ବିରୋଧରେ ଯାଞ୍ଚ  ଆରମ୍ଭ ହୋଇଥିଲା। ଯାଞ୍ଚ ପରେ ପ୍ରାସେକ୍ୟୁଟର ଯାହା ସୂଚନା ଦେଇଥିଲେ, ତାହାକୁ ଆଧାର କରି ପୁଲିସ ଉକ୍ତ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି ଜେଲ ପଠାଇ ଦେଇଛି। ଏହାକୁ ଫ୍ରାନ୍ସର ସବୁଠାରୁ ବଡ ଯୌନ ନିର୍ଯାତନା ମାମଲା ବୋଲି କୁହାଯାଉଛି। ଜିଏଲ ପେସାରେ ଜଣେ ସର୍ଜରୀ ସ୍ପେସାଲିଷ୍ଟ ରହିଥିଲେ।

publive-image

ଶୁକ୍ରବାର ଫ୍ରାନ୍ସର ବ୍ରିଟନ୍‌ ସହରର ମୁଖ୍ୟ ପ୍ରାସେକ୍ୟୁଟର ଲାରେଲିନ୍‌ ପିରେଫିଟ କହିଛନ୍ତି, ୬୮ବର୍ଷୀୟ ଅବସରପ୍ରାପ୍ତ ଡାକ୍ତର ଜିଏଲ ଲି ସ୍କାର୍ନେକ ୩୪୯ଜଣ ପିଲାଙ୍କୁ ଦୁଷ୍କର୍ମ କରିବା ସହିତ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ସେ ଏହି ଅପରାଧିକ ଘଟଣା ତାଙ୍କ ୩୦ବର୍ଷର ଚାକିରି ଜୀବନରେ ଘଟାଇଥିବା କୁହାଯାଉଛି।

ଆଶ୍ଚର୍ଯ୍ୟର କଥା ହେଉଛି ଜିଏଲ ଏକ ଡାଏରୀ ରଖିଥିଲେ, ସେଥିରେ ସେ ପିଲାମାନଙ୍କ ସହିତ କରୁଥିବା ଦୁଷ୍କର୍ମ ଘଟଣାକୁ ବଖାଣି ଲେଖୁଥିଲେ। ଯେଉଁଥିରେ ପୀଡିତାମାନଙ୍କ ନାମ ବି ରହିଥିଲା। ପୁଲିସ ଏହି ଡାଏରୀକୁ ଜବତ କରିଥିଲା। ଡାଏରୀରେ ଥିବା ପୀଡିତାଙ୍କ ନାମ ଅନୁଯାୟୀ ସେମାନଙ୍କ ଅଭିଭାବକଙ୍କୁ ସମ୍ପର୍କ କରିବାରେ ପୁଲିସକୁ ସହଜ ହୋଇଥିଲା। ତେବେ ଅଭିଯୁକ୍ତ ଡାକ୍ତରଙ୍କ ଓକିଲ ଏହି ଡାଏରୀକୁ ନକଲି ବୋଲି କହୁଛନ୍ତି।

publive-image www.jagran.com

ଡାକ୍ତର ତାଙ୍କ ୩୦ ବର୍ଷର ଡାକ୍ତରୀ ଜୀବନରେ ଫ୍ରାନ୍ସର ବିଭିନ୍ନ ହସ୍‌ପିଟାଲରେ ରହି ରୋଗୀ ସେବା କରିଥିଲେ। ତେବେ ଉକ୍ତ ଡାକ୍ତରଙ୍କ ବିରୋଧରେ ଜଣେ ୬ବର୍ଷର ଶିଶୁ (ରୋଗୀ) ସମେତ ତାଙ୍କ ସମ୍ପର୍କୀୟଙ୍କୁ ବି ଯୌନ ଶୋଷଣ କରିଥିବା ଅଭିଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe