ସୁଇଗିକୁ ଏମଆରପି ଉପରେ ଜିଏସଟି ଲଗାଇବା ମହଙ୍ଗା ପଡ଼ିଲା: ହେଲା ୨୦ହଜାର ଜରିମାନା

Advertisment
ସୁଇଗିକୁ ଏମଆରପି ଉପରେ ଜିଏସଟି ଲଗାଇବା ମହଙ୍ଗା ପଡ଼ିଲା: ହେଲା ୨୦ହଜାର ଜରିମାନା

ପଞ୍ଚକୁଲା: ଉପଭୋକ୍ତା କୋର୍ଟ ସୁଇଗି ଉପରେ ଏମଆରପିରେ ଜିଏସଟି ଲଗାଇଥିବାରୁ ୨୦ହଜାର ଟଙ୍କା ଜରିମାନା କରିଛନ୍ତି। କୋର୍ଟ କହିଛନ୍ତି, ଏଭଳି ଭାବେ କୋର୍ଟର ସମୟ ନଷ୍ଟ କରିବା ଉଚିତ ନୁହେଁ। ସୁଇଗି ପୂରା ଏମଆରପି ଉପରେ ଜିଏସଟି ଲଗାଇବା ନିଷ୍ପତ୍ତି ପୂରାପୂରି ଭୁଲ। ଗ୍ରାହକଙ୍କ ସହିତ ଏଭଳି ଠକେଇ ସୁଇଗି କରି ପାରିବ ନାହିଁ।

ସେକ୍ଟର-୨ ନିବାସୀ ଅଭିଷେକ ଗର୍ଗ ୨୦୧୮ ଅଗଷ୍ଟରେ ସୁଇଗିରୁ ତିନିଟି ସପ୍ଟ ଡ୍ରିଙ୍ଗ (ମୂଲ୍ୟ- ୯୦) ବୋତଲ ଓ ଚିଜ ଗାରଲିକ ଷ୍ଟିକ୍ସ (ମୂଲ୍ୟ୦ ୧୪୪)ମଗାଇଥିଲେ। ଯେଉଁଥିରେ ସୁଇଗି ସାଢ଼େଚାରି ଟଙ୍କାର ଜିଏସଟି ଲାଗୁ କରିଥିଲା।

ଏହାକୁ ନେଇ ଅଭିଷେକ ସୁଇଗିକୁ ଏକ ମେଲ ପଠାଇ ଥିଲେ ଏବଂ ଜିଏସଟି ଚାର୍ଜ ଭୁଲ ଲଗାଇଥିବା କହିଥିଲେ। ଏହି ମେଲ ପାଇବା ପରେ ସୁଇଗି ନିଜ ଦୋଷ ସ୍ବୀକାର କରିଥିଲା। ଏହାପରେ ଅଭିଷେକ ଗର୍ଗ ପଞ୍ଚକୁଲା ଉପଭୋକ୍ତା କୋର୍ଟରେ ୨୦୧୯ ମଇ ୩୧ ତାରିଖରେ ମାମଲା ରୁଜୁ କରିଥିଲେ। ଏହି ମାମଲା ନେଇ ଅଦାଲତ‌ରେ ଦୁଇବର୍ଷ ପର୍ଯ୍ୟନ୍ତ ଶୁଣାଣି ହୋଇଥିଲା। ଶୁଣାଣି ଶେଷ ହେବା ପରେ ସୁଇଗିକୁ ଦୋଷୀ ସାବ୍ୟସ୍ତ କରାଯାଇ ୨୦,୦୦୦ଟଙ୍କା ଜରିମାନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe