ଫତେପୁର ସିକ୍ରିରେ ସୁଇଡିସ୍‌ ଦମ୍ପତିଙ୍କୁ ଆକ୍ରମଣ

Advertisment
ଫତେପୁର ସିକ୍ରିରେ ସୁଇଡିସ୍‌ ଦମ୍ପତିଙ୍କୁ ଆକ୍ରମଣ

Photo Courtesy of TOI

ଆଗ୍ରା: ରବିବାର ଅପରାହ୍ଣରେ ଉତ୍ତର ପ୍ରଦେଶସ୍ଥିତ ଫତେପୁର ସିକ୍ରିଠାରେ ଚାରିଜଣ ଲୋକ ଲସେନ୍‌ ସିଟିରୁ ଆସିଥିବା ଏକ ସୁଇସ୍‌ ଦମ୍ପତିଙ୍କୁ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ କାଳ ପିଛା କରି ହଇରାଣ ହରକତ କରିଥିଲେ।

ପୁଲିସ କହିବା ଅନୁସାରେ, ୨୪ ବର୍ଷିୟ କ୍ୱେଣ୍ଟିନ୍‌ ଜର୍ମି କ୍ଲେର୍ସ ଏବଂ ତାଙ୍କ ପ୍ରେମିକା ୨୪ ବର୍ଷୀୟ ମେରି ଡ୍ରୋଜ୍‌ ରେଳ ଷ୍ଟେସନ୍‌ ନିକଟରେ ଟହଲ ମାରୁଥିବାବେଳେ ଦଳେ ତରୁଣ ସେମାନଙ୍କ ପିଛା କରିଥିଲେ। ପ୍ରଥମେ ସେମାନେ ତାଙ୍କୁ କମେଣ୍ଟ୍‌ ପାସ୍‌ କରିଥିଲେ ଏବଂ ତା’ପରେ ତାଙ୍କୁ ଅଟକିବାକୁ ବାଧ୍ୟ କରାଇ ଜବରଦସ୍ତ ସେ ଯୁବତୀଙ୍କ ସହ ସେଲ୍‌ଫି ଉଠାଇ ଥିଲେ।

କ୍ୱେଣ୍ଟିନ୍‌ କହନ୍ତି ଯେ ସେମାନେ ସେପ୍ଟେମ୍ବର ୩୦ ତାରିଖ ଦିନ ଭାରତ ଆସି ଦୁଇ-ରାତି ପରିଦର୍ଶନରେ ଶନିବାର ଦିନ ଆଗ୍ରା ଠାରେ ପହଞ୍ଚି ଥିଲେ। ତାଜ ମହଲ ଏବଂ ଅନ୍ୟାନ୍ୟ ସ୍ମାରକୀ ଦେଖି ସାରିବା ପରେ ରବିବାର ଦିନ ଫତେପୁର ସିକ୍ରି ଯିବାକୁ ସେମାନେ ସ୍ଥିର କରିଥିଲେ।

publive-image Photo Courtesy of TOI

ଆମେ ଆଖପାଖରେ ବୁଲାବୁଲି କରୁଥିବାବେଳେ ସେ ତରୁଣମାନେ ଆମକୁ ଅନୁସରଣ କଲେ ଏବଂ ସେମାନଙ୍କ ମୋବାଇଲ୍‌ ଫୋନ୍‌ରେ ଆମର ଫଟୋ ଉଠାଇଲେ। ସେ ଚାରିଜଣିଆ ତରୁଣ ଦଳ ଆମକୁ ପିଛା କରି କଥାବାର୍ତ୍ତା କରିବାକୁ ଚେଷ୍ଟା କରି କମେଣ୍ଟ୍‌ ପାସ୍‌ କଲେ। କିନ୍ତୁ, ସେମାନେ କ’ଣ କହୁଥିଲେ ତାହା ଆମେ ବୁଝି ପାରୁ ନ ଥିଲୁ।

ସେମାନେ ଅଳ୍ପେ ବହୁତେ ଯାହା କିଛି ବୁଝିଲେ, ତାହା ହେଲା- ସେମାନେ ତାଙ୍କ ନାଁ ପଚାରିବା ସହ କେଉଁ ହୋଟେଲ୍‌ରେ ରହୁଛନ୍ତି ବୋଲି ପଚାରୁଥିଲେ। ସେମାନେ ପ୍ରାୟ ଏକ ଘଣ୍ଟା ଧରି ଆମକୁ ଅନୁସରଣ କରିଥିଲେ ଏବଂ ଆମର ପ୍ରତିବାଦ ସତ୍ତ୍ୱେ ଆମର ଫଟୋ ଉତ୍ତୋଳନ କରିଥିଲେ।

କ୍ୱେଣ୍ଟିନ୍‌ କହିଛନ୍ତି ଯେ ଫେରିବା ସମୟରେ ସେ ତରୁଣମାନେ ତାଙ୍କୁ ବାଡ଼ିରେ ତାଙ୍କ ମୁଣ୍ଡକୁ ପିଟିଥିଲେ ଏବଂ ସେ ତଳେ ପଡ଼ିଯିବା ଯାଏଁ ପିଟି ଚାଲିଥିଲେ। ଆଗରେ ଚାଲୁଥିବା ମୋ ପ୍ରେମିକା ମତେ ସାହାଯ୍ୟ କରିବାକୁ ଧାଇଁ ଆସି ଆଖପାଖର ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଚିତ୍କାର କରିଥିଲା।

କ୍ୱେଣ୍ଟିନ୍‌ କହିଛନ୍ତି ଯେ କିଛି ଲୋକେ ତାଙ୍କୁ ସାହାଯ୍ୟ କରିବାକୁ ଧାଇଁ ଆସିବାରୁ ସନ୍ଦିଗ୍ଧମାନେ ଖସି ପଳାଇ ଥିଲେ। ସେମାନେ ତାଙ୍କୁ ପ୍ରେମିକାର ହାତରେ ଆଘାତ କରିଥିବା କଥା କ୍ୱେଣ୍ଟିନ୍‌ କହୁଛନ୍ତି।

publive-image Photo Courtesy of India.com

ସ୍ଥାନୀୟ ଥାନା ଅଧିକାରୀଙ୍କ କହିବା ଅନୁସାରେ, ପ୍ରଥମେ ଉକ୍ତ ଦମ୍ପତିଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। ସେଠାରୁ ସେମାନଙ୍କୁ ଆଗ୍ରାକୁ ରେଫର୍‌ କରାଗଲା। କିନ୍ତୁ, କ୍ୱେଣ୍ଟିନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ସେ ଦମ୍ପତିଙ୍କୁ ଦିଲ୍ଲୀସ୍ଥିତ ଆପୋଲୋ ହସ୍‌ପିଟାଲ୍‌କୁ ନିଆ ଗଲା।

ନ୍ୟୁରୋସର୍ଜନ୍‌ ଡାକ୍ତର ରାଜେନ୍ଦ୍ର ପ୍ରସାଦ କହିଛନ୍ତି: କ୍ୱେଣ୍ଟିନ୍‌ଙ୍କ ମୁଣ୍ଡରେ ଆଘାତ ଲାଗିଛି ଏବଂ ସେ ଆଇସିୟୁରେ ଅଛନ୍ତି। ତାଙ୍କ ଖପୁରି ଚଡ଼କି ଯାଇ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଛି। ଆଘାତ ଯୋଗୁଁ ତାଙ୍କ ଡାହଣ ପାର୍ଶ୍ୱ କାନର ଶ୍ରବଣ ସ୍ନାୟୁ ପ୍ରଭାବିତ ହୋଇଥିବାରୁ ସେ ସାମାନ୍ୟ କାଲ ହୋଇ ପାରନ୍ତି। ଆକ୍ରମଣରେ ତରୁଣୀଙ୍କ ବାମ ହାତ ଭାଙ୍ଗି ଯାଇଥିବାରୁ ମଙ୍ଗଳବାର ଦିନ ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ଉଭୟ ଏବେ ସୁସ୍ଥ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ସେମାନଙ୍କୁ ଛାଡ଼ି ଦିଆଯିବ।

ଅଚ୍‌ନେରାର ସର୍କଲ ଅଧିକାରୀ ସତ୍ୟମ୍‌ ସିଂହ କହନ୍ତି ଯେ ପୁଲିସ କେସ୍‌ ଫାଇଲ୍‌ କରିବାକୁ ସେ ଦମ୍ପତି ଆଗ୍ରହୀ ନ ଥିଲେ। କିନ୍ତୁ, ଚାରି ଅଜଣା ତରୁଣଙ୍କ ବିରୋଧରେ ଏନ୍‌ସିଆର୍‌ ରେଜିଷ୍ଟର୍‌ କରାଯାଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଇତିମଧ୍ୟରେ ଚିହ୍ନଟ କରାଯାଇଛି। ଏ ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe