ତମାଣ୍ଡୋରୁ ସିରିଜ୍ ଚୋରି

Advertisment
ଦିନରେ ସଟର୍‌ ତାଡ଼ିଲେ, କବାଟ ଭାଙ୍ଗି ଲୁଟିଲେ

ଖଣ୍ଡଗିରି: ବୁଧବାର ରାତିରେ ଦୁର୍ବୃତ୍ତମାନେ ତମାଣ୍ଡୋ ଅଞ୍ଚଳରୁ ସିରିଜ୍ ଚୋରି କରିଥିବା ଅଭିଯୋଗ ହୋଇଛି। ତମାଣ୍ଡୋ ବଜାରସ୍ଥିତ ସ୍ବାଇଁ ଟ୍ରେଡର୍ସ କାର୍ଯ୍ୟାଳୟର ତାଲା ଭାଙ୍ଗି ପ୍ରାୟ ୩/୪ ହଜାର ଟଙ୍କା ଲୁଟି ନେଇଛନ୍ତି। ସେହିଭଳି କଳିଙ୍ଗବିହାର କେ-୪ ଅଞ୍ଚଳରେ ସମୀର ପାତ୍ରଙ୍କ ତେଜରାତି ଦୋକାନରୁ ବହୁ ଦାମୀ ସାମଗ୍ରୀ ଓ କ୍ୟାସ୍ ବାକ୍ସରୁ ୨ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଏ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ ହୋଇଛି ଓ ପୁଲିସ ଘଟଣାସ୍ଥଳ ଯାଞ୍ଚ କରି ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ କରୁଥିବା ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe