ଅଭିନୟରେ କ୍ୟାରିୟର ଗଢ଼ିବାକୁ ଚାହୁଁ ଥିବା ପତ୍ନୀକୁ ଖଣ୍ଡ-ଖଣ୍ଡ କରି କାଟି ଅଳିଆଗଦାରେ ଫିଙ୍ଗି ଦେଲେ ଏହି ସିନେ-ନିର୍ମାତା

Advertisment
ଅଭିନୟରେ କ୍ୟାରିୟର ଗଢ଼ିବାକୁ ଚାହୁଁ ଥିବା ପତ୍ନୀକୁ ଖଣ୍ଡ-ଖଣ୍ଡ କରି କାଟି ଅଳିଆଗଦାରେ ଫିଙ୍ଗି ଦେଲେ ଏହି ସିନେ-ନିର୍ମାତା

ଚେନ୍ନାଇ: ଅଭିନୟରେ କ୍ୟାରିୟର ଗଢ଼ିବାକୁ ଜିଦ ଧରିଥିବା ପତ୍ନୀଙ୍କୁ ସିନେ-ନିର୍ମାତା ସ୍ୱାମୀ ହତ୍ୟା କରିବାର ଏକ ଚାଞ୍ଚଲ୍ୟ ଖବର ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ ପତ୍ନୀଙ୍କୁ ଖଣ୍ଡଖଣ୍ଡ କରି କାଟିବା ପରେ ଅଲଗା ଅଲଗା ଅଳିଆଗଦାରେ ପଲିଥିନ୍‌ରେ ପୂରାଇ ଫିଙ୍ଗି ଦେଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ଏହି ଘଟଣା ଗତ ଦୁଇସପ୍ତାହ ତଳେ ତାମିଲନାଡୁର ଚେନ୍ନାଇରେ ଘଟିଛି। ପୁଲିସ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି। ହତ୍ୟାକାରୀ ସିନେ-ନିର୍ମାତା ବାଲକୃଷ୍ଣନ୍‌କୁ ଗିରଫ କରି ନେଇଛି। ସ୍ୱାମୀ ବାଲକୃଷ୍ଣନ ମଧ୍ୟ ପତ୍ନୀ ସନ୍ଧ୍ୟାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି।

publive-image

ସୂଚନାଯୋଗ୍ୟ, ଏକ ବର୍ଷ ପୂର୍ବେ ସନ୍ଧ୍ୟା ନିଜ ସ୍ୱାମୀ ବାଲକୃଷ୍ଣନ୍‌ଙ୍କ ଠାରୁ ଅଲଗା ହୋଇ କନ୍ୟାକୁମାରିରେ ରହୁଥିଲେ। ଗତବର୍ଷ ସେ ଡିସେମ୍ବରରେ ଚେନ୍ନାଇ ଫେରି ମହିଳା ହଷ୍ଟେଲରେ ରହି ସିନେମାରେ କାମ କରିବା ପାଇଁ ସୁଯୋଗ ଖୋଜୁଥିଲେ। ଜାନୁଆରି ୧୪ରେ ବାଲକୃଷ୍ଣ ତାଙ୍କୁ ଫୋନ୍‌ କରିଥିଲେ ଓ ଭଡାରେ ରହୁଥିବା କୋଠାକୁ ଭେଟିବା ପାଇଁ ଡକାଇଥିଲେ। ଏହାପର ଠାରୁ ସନ୍ଧ୍ୟା ନିଖୋଜ ଥିବା ନେଇ ପରିବାରଲୋକେ ନିଖୋଜ ମାମଲା ରୁଜୁ କରିଥିଲେ। ଅଭିଯୋଗ କ୍ରମେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଏହାପରେ ପୁଲିସ ବିଭିନ୍ନ ଅଳିଆଗଦାରୁ ମହିଳାଙ୍କ ଖଣ୍ଡବିଖଣ୍ଡ ଶରୀର ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe