indiatoday
ଚେନ୍ନାଇ: ଧୋକା ଦେବାରୁ ପ୍ରେମିକ ଉପରକୁ ଗରମ ତେଲ ଫିଙ୍ଗିଲା ପ୍ରେମିକା। ତାମିଲନାଡୁର ଇରୋଡରେ ଘଟିଛି ଏଭଳି ଘଟଣା। ତେଲ ଫିଙ୍ଗିବା ଘଟଣାକୁ ନେଇ ପୁଲିସ ଅଭିଯୁକ୍ତ ପ୍ରେମିକାକୁ ଗିରଫ କରିଛି।
ଘଟଣାକୁ ନେଇ ପୁଲିସ କହିଛି ଯେ, ପୀଡିତ କାର୍ତ୍ତି, ଭବାନୀର ବର୍ଣ୍ଣାପୁରମର ବାସିନ୍ଦା। ସେ ପେରୁନ୍ଦୁରାଇର ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ତାଙ୍କର ଜଣେ ସମ୍ପର୍କୀୟ ମୀନା ଦେବୀଙ୍କ ସହ କାର୍ତ୍ତିଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିଛି ଦିନ ପ୍ରେମ ସମ୍ପର୍କରେ ରହିବା ପରେ କାର୍ତ୍ତି, ମୀନାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ କାର୍ତ୍ତି ଅନ୍ୟ ଜଣେ ମହିଳାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବୋଲି ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ପ୍ରତିଦିନ ଏହାକୁ ନେଇ ମୀନା ଓ କାର୍ତ୍ତିଙ୍କ ମଧ୍ୟ ଝଗଡ଼ା ହେଉଥିବା ବେଳେ ଶନିବାର କାର୍ତ୍ତି, ମୀନାଙ୍କୁ ଭେଟିବାକୁ ଯାଇଥିବା ବେଳେ ମୀନା ରାଗରେ ତାଙ୍କ ଉପରକୁ ଗରମ ତେଲ ଫିଙ୍ଗିଦେଇଥିଲେ।
indiatodayହାତ ଓ ମୁହଁରେ ଗରମ ତେଲ ପଡ଼ିବା ପରେ କାର୍ତ୍ତି ଛଟପଟ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କ ଚିତ୍କାର ଶୁଣି ପଡୋଶୀ ଦୌଡ଼ି ଆସିବା ସହ କାର୍ତ୍ତିଙ୍କୁ ଡାକ୍ତରଖାନା ନେଇଥଲେ। ଏଘଟଣା ନେଇ ଅଭିଯୋଗ ହେବା ପରେ ପୁଲିସ ମୀନା ଦେବୀଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
Follow Us