ପ୍ରଥମେ ଶାରୀରିକ ସମ୍ପର୍କ ରଖିବାକୁ କହିଲେ, ପରେ ଫେବିକୁଇକ୍ ପକାଇ ପ୍ରେମୀଯୁଗଳଙ୍କୁ ନିର୍ମମ ହତ୍ୟା କଲା ତାନ୍ତ୍ରିକ

Advertisment
ପ୍ରଥମେ ଶାରୀରିକ ସମ୍ପର୍କ ରଖିବାକୁ କହିଲେ, ପରେ ଫେବିକୁଇକ୍ ପକାଇ ପ୍ରେମୀଯୁଗଳଙ୍କୁ ନିର୍ମମ ହତ୍ୟା କଲା ତାନ୍ତ୍ରିକ

ଉଦୟପୁର: ପ୍ରଥମେ ଶାରୀରିକ ସମ୍ପର୍କ ରଖିବାକୁ କହିଲା, ପରେ ଫେବିକୁଇକ୍ ପକାଇ ନିର୍ମମ ହତ୍ୟା କଲା ତାନ୍ତ୍ରିକ। ଏଭଳି ଅଜବ ହତ୍ୟାକାଣ୍ଡ ଘଟିଛି ଉଦୟପୁରରେ। ପୁଲିସ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ତାନ୍ତ୍ରିକକୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିଛି। ପ୍ରଥମ ଶାରୀରିକ ସମ୍ପର୍କ ରଖିବାକୁ କହିବା ସହ ପ‌ରେ ଫେବିକୁଇକ୍ ପକାଇ ଦୁଇ ପ୍ରେମୀଯୁଗଳଙ୍କୁ ତାନ୍ତ୍ରିକ ଭାଲେଶ କୁମାର ହତ୍ୟା କରିଥିବା ପୁଲିସ ଆଗରେ କହିଛି।

ଉଦୟପୁରର ଗୋଗୁଣ୍ଡା ପୁଲିସ ଷ୍ଟେସନ ଅଧିନରେ ଏହି ଘଟଣା ଘଟିଛି। ନଭେମ୍ବର ୧୮ରେ, ସରକାରୀ ଶିକ୍ଷକ ରାହୁଲ ମୀନା (୩୦) ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ସୋନୁ କୁୱଁର (୨୮)ଙ୍କ ଉଲଗ୍ନ ମୃତଦେହ କେଲାବାୱାଡି ଜଙ୍ଗଲରୁ ଉଦ୍ଧାର କରିଥିଲା ପୁଲିସ। ମୃତଦେହ ଉଦ୍ଧାର ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ପରେ ପୁଲିସ କହିଛି ଯେ, ରାହୁଲ ଓ ସୋନୁ ଦୁହେଁ ବିବାହିତ ଥିଲେ। ଗତ ୭-୮ ବର୍ଷ ଧରି, ତାନ୍ତ୍ରିକ ଭାଲେଶ କୁମାର ଇଚ୍ଛାପୂର୍ଣ୍ଣ ଶେଷନାଗ ଭାବଜୀ ମନ୍ଦିରରେ ରହି ଲୋକମାନଙ୍କ କଷ୍ଟ ନିବାରଣ ପାଇଁ ତାବିଜ ତିଆରି କରୁଥିଲେ। ଏଠାକୁ ଉଭୟ ରାହୁଲ ଓ ସୋନୁଙ୍କ ପରିବାର ଆସୁଥିବା ବେଳେ ଦୁହେଁ ପରସ୍ପରକୁ ମନ୍ଦିରରେ ଭେଟିଥିଲେ। କିଛି ଦିନର ଦେଖା ସାକ୍ଷାତ ପରେ ବିବାହିତ ଥିବା ସତ୍ତ୍ବେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏବିଷୟ‌ରେ ରାହୁଲଙ୍କ ପତ୍ନୀ ଭାଲେଶ କୁମାରଙ୍କୁ ଜଣାଇବା ପରେ କଷ୍ଟ ନିବାରଣ ପାଇଁ ତାନ୍ତ୍ରିକ ଉଭୟ ରାହୁଲ ଓ ସୋନୁଙ୍କୁ ଡାକିଥିଲେ। ଏହା ପରେ ଦୁହିଁଙ୍କୁ ପାଖ ଜଙ୍ଗଲକୁ ନେଇ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। ଦୁହେଁ ଶାରୀରିକ ସମ୍ପର୍କ ରଖିବା ବେଳେ ଭାଲେଶ କୁମାର ସେମାନଙ୍କ ଉପରେ ଫେବିକୁଇକ୍ ପକାଇ ଦେବାରୁ ପରସ୍ପର ସହ ଲାଗି ଯାଇଥିଲେ ରାହୁଲ ଓ ସୋନୁ। ଏହା ପରେ ଭାଲେଶ ଛୁରୀ ଏବଂ ପଥର ସାହାଯ୍ୟରେ ଦୁହିଁଙ୍କ ଗୁପ୍ତାଙ୍ଗ ନଷ୍ଟ କରିବା ସହ ସେମାନଙ୍କୁ ନିର୍ମମଭାବେ ହତ୍ୟା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe