ସ୍କୁଲ ଶୌଚାଳୟରୁ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିବା ପରେ ଶିକ୍ଷକ ଦେଲେ ଏଭଳି ପ୍ରତିକ୍ରିୟା

ବିହାରର ଭାଗଲପୁରରେ ଜଣେ ପିପିଏସସି ଶିକ୍ଷକ ସ୍କୁଲ ଶୌଚାଳୟରେ ଜଣେ ଛାତ୍ରୀଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଥିବା ସମୟରେ ଧରାପଡ଼ିଛନ୍ତି।  ଗାଁ ଲୋକେ ଶିକ୍ଷକଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ ।

ଅଦ୍ୟତନ ହୋଇଛି
ତୀୀୗୀ

ବିହାର: ବିହାରର ଭାଗଲପୁରରେ ଜଣେ ପିପିଏସସି ଶିକ୍ଷକ ସ୍କୁଲ ଶୌଚାଳୟରେ ଜଣେ ଛାତ୍ରୀଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଥିବା ସମୟରେ ଧରାପଡ଼ିଛନ୍ତି।  ଗାଁ ଲୋକେ ଶିକ୍ଷକଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ। ଶିକ୍ଷକ ପୁଲିସ ସାମ୍ନାରେ ନିଜର ଦୋଷ ମଧ୍ୟ ସ୍ବୀକାର କରିଛନ୍ତି। 

ପୁଲିସ ସାମ୍ନାରେ ଶିକ୍ଷକ ନିଜର ଦୋଷ ସ୍ବୀକାର କରି କହିଥି‌ଲେ, ‘ମୁଁ ଅଷ୍ଟମ ଶ୍ରେଣୀରେ ପଢ଼ୁ୍‌ଥିବା ଜଣେ ଛାତ୍ରୀଙ୍କୁ ଭଲ ପାଉଛି। ବିବାହ ପାଇଁ ତାଙ୍କ ପରିବାରଲୋକଙ୍କୁ ପ୍ରସ୍ତାବ ମଧ୍ୟ ଦେଇଛି।’

ଶିକ୍ଷକଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଥିବା ଛାତ୍ରୀଙ୍କ ବ୍ୟାଗରୁ ଏକ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ପୁଲିସ ଏହି ଘଟଣାରେ ଏଯାବତ କୌଣସି ଆନୁଷ୍ଠାନିକ ଅଭିଯୋଗ ପାଇ ନଥିବାରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ସମ୍ପୂର୍ଣ୍ଣ ଘଟଣାଟି ଭାଗଲପୁର ଜିଲ୍ଲା ଗୌରାଡିହ ଥାନା ଅଧୀନସ୍ଥ ଗଙ୍ଗା କରହରିୟା ମାଧ୍ୟମିକ ବିଦ୍ୟାଳୟରେ ଘଟିଥିଲା। ଗ୍ରାମବାସୀ ଅନେକ ଦିନରୁ ଉକ୍ତ ଶିକ୍ଷକଙ୍କ ଉପରେ ସନ୍ଦେହ କରି ଆସୁଥିଲେ। ‌ଶେଷରେ ଶିକ୍ଷକ ଜଣକ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ସହିତ ସ୍କୁଲ ଶୌଚାଳୟରେ ଆପତ୍ତିଜନକ ଅବସ୍ଥାରେ ଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ଯାଇଥିଲେ। ଶିକ୍ଷକଙ୍କୁ ଧରିବା ପରେ ଗ୍ରାମବାସୀ ପ୍ରଥ‌ମେ ପଞ୍ଚାୟତ ଡାକିଥିଲେ। ତା’ପରେ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe