ଧରାପଡ଼ିଲେ ରସିକିଆ ହେଡମାଷ୍ଟର; ୭ଜଣ ଛାତ୍ରୀଙ୍କ ସହିତ କରୁଥିଲେ ଅଶ୍ଳୀଳ ବ୍ୟବହାର

Advertisment
ଏନ୍‌ସିଆର୍‌ବି ରିପୋର୍ଟ: ଅପରାଧରେ ଓଡ଼ିଶା ୧୨ ନମ୍ବର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚନ୍ଦ୍ରପୁରର ଜଣେ ସରକାରୀ ସ୍କୁଲ ହେଡମାଷ୍ଟର ସାତଜଣ ଛାତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଥିବା ଘଟଣା ସାମ୍ନାକୁ ଆସିଛି। ପୁଲିସ ଆଇପିସି ଧାରା ୩୭୬ ଓ ପୋକ୍ସୋ ଆକ୍ଟ ଜରିଆରେ ହେଡମାଷ୍ଟରଙ୍କୁୂ ଗିରଫ କରିଛି। ଛାତ୍ରୀମାନଙ୍କ ଅଭିଯୋଗ କ୍ରମେ ଗ୍ରାମବାସୀ ଶିକ୍ଷକଙ୍କୁ ସ୍କୁଲରେ ବନ୍ଧକ ରଖି ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ନାବାଳିକା ଛାତ୍ରୀମାନଙ୍କ କହିବାନୁସାରେ, ହେଡମାଷ୍ଟରଙ୍କ ଏଭଳି କାମ ଅନେକଦିନ ହେବ ଚାଲି ଆସୁଥିଲେ। ଆଶ୍ଚଯ୍ୟର କଥା ହେଉଛି ଏହି ଅଞ୍ଚଳରେ ଯେଉଁ ସମୟରେ ‘ବେଟି ବଚାଓ ବେଟି ପଢ଼ାଓ’କୁ ନେଇ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା  ସେ ସମୟରେ ଏଭଳି କାମ କରିଥିଲେ ହେଡମାଷ୍ଟର।

ମହାରାଷ୍ଟ୍ର ସରକାରଙ୍କ ଆଦେଶ ପରେ ସୋମବାର ଠାରୁ ସ୍କୁଲ ଆରମ୍ଭ ହେବା ପରଠାରୁ ବଲ୍ଲାରପୁର ତହସିଲର କେମ ତୁକୁମ ଗ୍ରାମର ଜିଲ୍ଲା ପରିଷଦ ସ୍କୁଲରେ ୫୭ବର୍ଷୀୟ ହେଡମାଷ୍ଟର ଭାଉରାୱ ତୁମଡେ ପଞ୍ଚମଶ୍ରେଣୀ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିଲେ। ଛାତ୍ରୀମାନଙ୍କ ଅଭିଯୋଗ କ୍ରମେ ସ୍କୁଲ ହେଡମାଷ୍ଟରଙ୍କୁ ଗ୍ରାମବାସୀମାନେ ବନ୍ଧକ ରଖିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ କରି ହେଡମାଷ୍ଟରଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe