‘ମୁଁ ଜୀବନ ହାରୁଛି, ମୋ ମୃତ୍ୟୁ ପଛରେ କାହାରି ଦୋଷ ନାହିଁ’

ସୁଇସାଇଡ ନୋଟରେ ଭାଇକୁ ଭଗବାନ ଦର୍ଶାଇ ଜୀବନ ହାରି ଦେଲେ ଶିକ୍ଷକ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଯାଞ୍ଚ ଆରମ୍ଭ କରିଛି।

wq

ନୂଆଦିଲ୍ଲୀ: ବିହାରର ମୁଜଫରପୁରରେ ପାଟନାର ଜଣେ ଶିକ୍ଷକ ଜୀବନ ହାରି ଦେଇଛନ୍ତି।
ମୃତ ଶିକ୍ଷକ ଜଣକ ଜିଲ୍ଲାର ସରେୟା ବ୍ଲକର ଦାତାପୁର ପଞ୍ଚଭିଡୱା ପଞ୍ଚାୟତର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋରିଗ୍ରାମରେ ବିପିଏସସି ଶିକ୍ଷକ ଭାବେ କାମ କରୁଥିଲେ। ନାମ ତାଙ୍କର ସଞ୍ଜୀବ କୁମାର ବର୍ମା ବୟସ ୪୬ବର୍ଷ ବୋଲି ଜଣାପଡ଼ିଛି।

ସଞ୍ଜୀବ କୁମାର ବର୍ମା ଜୀବନ ହାରିବା ପୂର୍ବରୁ ଏକ ସୁଇସାଇଡ ନୋଟ୍ ଛାଡ଼ି ଯାଇଛନ୍ତି। ଯେଉଁଥିରେ ସେ ଜୀବନ ହାରିବା ପଛରେ କାହାକୁ ଦାୟୀ କରି ନଥିବା ଜଣାପଡ଼ିଛି।

ସଞ୍ଜୀବ କୁମାର ବର୍ମା ସୁଇସାଇଟ ନୋଟରେ ତାଙ୍କ ଭାଇଙ୍କୁ ଭଗବାନ ବୋଲି ଦର୍ଶାଇ ସହକର୍ମୀ ଶିକ୍ଷକମାନଙ୍କ ସହ ଉତ୍ତମ ସମ୍ପର୍କ ଥିବା କଥା ଉଲ୍ଲେଖ କରି କହିଛନ୍ତି, ‘ମୁଁ ୦୯.୦୧୧.୨୦୨୪ରେ ଜୀବନ ହାରୁଛି। ‌ ଜାଣିଛି ମୋର ଏଭଳି ନିଷ୍ପତ୍ତି  ମୋ‌ତେ ଭଲପାଉଥିବା ଲୋକଙ୍କୁ ଆଘାତ ପହଞ୍ଚାଇବ ତେଣୁ ମୋତେ କ୍ଷମା କରିଦେବେ।’

ସୂଚନାଯୋଗ୍ୟ,  ବିପିଏସସି ଦ୍ବାରା ସଞ୍ଜୀବ କୁମାର ବର୍ମାଙ୍କ ଚୟନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଇଂରାଜୀ  ଶିକ୍ଷକ ଭାବରେ ହୋଇଥିଲା।  ଗତ ବର୍ଷ ତାଙ୍କର ଉମାବି ଗୋରିଗ୍ରାମରେ ପୋଷ୍ଟ ହୋଇ ଯାଇଥିଲା। ସେବେଠାରୁ ସେ କୃଷ୍ଣ ସିଂଙ୍କର ପ୍ରଥମ ମହଲାରେ ଥିବା ଏକ ଭଡା ଘରେ ରହୁଥିଲେ। ଗତଶନିବାର ସଞ୍ଜୀବ ଅନେକ ସମୟ ଧରି  ଘରୁ ବାହାରକୁ ନ ଆସିବା ପରେ ଲୋକମାନେ ସନ୍ଦେହ କରିଥିଲେ।

ରବିବାର ସନ୍ଧ୍ୟାରେ ସ୍ଥାନୀୟ ଲୋକମାନେ ଝରକା ପାର୍ଶ୍ବରୁ ସଞ୍ଜୟ ରାଏଙ୍କ ଝୁଲନ୍ତା ଶରୀର ଦେଖିବାକୁ ପାଇଥିଲେ। ସ‌ଙ୍ଗେସଙ୍ଗେ ଏହି ଘଟଣା ସମ୍ପର୍କରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶିକ୍ଷକଙ୍କ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe