ପ୍ରଧାନଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ବସି ମଦ ପିଉଥିବା ବେଳେ ଧରାପଡ଼ିଲେ ଶିକ୍ଷକ: ଦେଲେ ଏଭଳି ପ୍ରତିକ୍ରିୟା

Advertisment
ପ୍ରଧାନଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ବସି ମଦ ପିଉଥିବା ବେଳେ ଧରାପଡ଼ିଲେ ଶିକ୍ଷକ: ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏଇ କିଛିଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।  ଭାଇରାଲ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତିୁ ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓଟି ଛତିଶଗଡର ବିଳାଶପୁର ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ବୋଲି କୁହାଯାଉଛି।

ଭିଡିଓରେ ଫିକା ଗୋଲପୀ ରଙ୍ଗର ପୋଷାକ ପିନ୍ଧି ବସିଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଶିକ୍ଷକ। ସେ ସ୍କୁଲରେ ଚୌକି ଉପରେ ବସି ଖୋଲାଖୋଲି ଭାବେ ମଦ ପିଉଥିବା ଦେଖିବାକୁ ମିଳୁଛି। ଭିଡିଓ କରୁଥିବା ବ୍ୟକ୍ତି ଜଣକ ଶିକ୍ଷକଙ୍କ ଭିଡିଓ କରୁଥିବା ବେଳେ  ଶିକ୍ଷକ  ଭୟ ନକରି ତାଙ୍କୁ କହୁଛନ୍ତି, ‘ଭିଡିଓ କରୁଛ ତ ଭଲ କି କର। ଅଭିଯୋଗ କରିବାର ଅଛି ତ ସ୍ପଷ୍ଟ ଭାବେ କର। ମୁଁ ଜାଣିଛି ସ୍କୁଲରେ ମଦ୍ୟପାଦ କରିବା ଅପରାଧ। ସେଥିପାଇଁ ମୁଁ ଘରୁ ପିଇ ଦେଇ ଆସିଥାଏ। ଆଜି ସ୍କୁଲରେ ପିଉଛି। କ’ଣ କରିବି ଆଜ୍ଞା ଜୀବନରେ ବହୁତ ଅସୁବିଧା ଚାଲିଛି। ମୁଁ ସବୁବେଳେ ଚିନ୍ତାରେ ରହୁଛି।’

ତେବେ ଭିଡିଓରେ ଶିକ୍ଷକଙ୍କ ସାମ୍ନାରେ ବସିଥିବା ପ୍ରଧାନଶିକ୍ଷୟିତ୍ରୀଙ୍କୁ ଏହି ଘଟଣା ବିଷୟରେ ପଚରାଯିବାରୁ ସେ କହିଥିଲେ, ଉକ୍ତ ଶିକ୍ଷକ କେବେ ବି ମଦ ପିଅନ୍ତି ନ‌ାହିଁ । ଆଜି ପିଉଛନ୍ତି।’

ଆଗକୁ ପ୍ରଧାନଶିକ୍ଷୟିତ୍ରୀ ଏହି ଘଟଣାକୁ ନେଇ କିଛି ନକହି ଚୁପ ରହିଥିଲେ। ତେବେ ସ୍କୁଲ ଭିତରେ ଏମିତି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଉଛି।

ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଟିଆର ସାହୁ ଅନୁସନ୍ଧାନ କରିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବନ କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe