ବାଲାଟ୍‌ ପେପର ସହ ସେଲ୍‌ଫି ଉଠାଇବା ମହଙ୍ଗା ପଡ଼ିଲା, ଶିକ୍ଷକ ଗିରଫ

Advertisment
ଦୁଇ ଜିଲ୍ଲାର ଏସପିଙ୍କୁ ବଦଳାଇଲେ ନିର୍ବାଚନ କମିଶନ

ହିମାଚଳ ପ୍ରଦେଶ: ସେଲଫି ନିଶା ଏଣିକି ସମସ୍ତଙ୍କୁ ଘାରିଛି। ଏପରି କି ଦାୟିତ୍ୱସମ୍ପର୍ଣ୍ଣ ଲୋକମାନେ ବି ସେଲଫି ନେବା ସମୟରେ ତାଙ୍କର ହିତାହିତ ଜ୍ଞାନ ହଜାଇ, ସ୍ଥାନକାଳ ପାତ୍ର ନଦେଖି ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟବାର ନିଶା ଘାରି ଥାଏ। ଏଭଳି ଏକ ସେଲଫି ଘଟଣାରେ ଜଣେ ସରକାରୀ ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି।

publive-image ସାଙ୍କେତିକ ଫଟୋ

ଗୁରୁବାର ହିମାଚଳ ପ୍ରଦେଶରେ ମତଦାନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିବା ବେଳେ ନିର୍ବାଚନ ଦାୟିତ୍ୱରେ ଥିବା ଜଣେ ସରକାରୀ ଶିକ୍ଷକ ବାଲାଟ୍‌ ପେପର୍‌ ସହ ସେଲ୍‌ଫି ଉଠାଇ ପୁଲିସ୍‌ ହାତରେ ଗିରଫ ହୋଇଛନ୍ତି।
ସଂପୃକ୍ତ ଶିକ୍ଷକଙ୍କ ନାମ କମଲେଶ୍‌ କୁମାର।

ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ଦାୟିତ୍ୱରେ ମୁତୟନ ଥିବା କାରଣରୁ ତାଙ୍କୁ ଏକ ପୋଷ୍ଟାଲ୍‌ ବ୍ୟାଲାଟ୍‌ ପେପର ମିଲିଥିଲା। ତେବେ, ସେ ତାଙ୍କ ପୋଷ୍ଟାଲ୍‌ ବ୍ୟାଲାଟ୍‌ରେ ଭୋଟ ଦେବା କାଳର ଏକ ସେଲ୍‌ଫି ଉଠାଇ ତାକୁ ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ। ପରେ ପରେ ଏହି ଫଟୋଟି ଭାଇରାଲ୍‌ ହୋଇ ଯାଇଥିଲା। ଏଘଟଣା ଜଣାପଡ଼ିବା ପରେ ପୁଲିସ୍‌ ତୁରନ୍ତ ଆସି ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe