ବୟସରେ ୨୦ବର୍ଷ ବଡ଼ ଶିକ୍ଷକଙ୍କୁ ଜିଦ କରି ବିବାହ କରିଥିଲା ଝିଅ, ଜ୍ବାଇଁ ନେଇଗଲେ ତାର ଜୀବନ: ମୃତ ଝିଅର ବାପା

Advertisment
ବୟସରେ ୨୦ବର୍ଷ ବଡ଼ ଶିକ୍ଷକଙ୍କୁ ଜିଦ କରି ବିବାହ କରିଥିଲା ଝିଅ, ଜ୍ବାଇଁ ନେଇଗଲେ ତାର ଜୀବନ: ମୃତ ଝିଅର ବାପା

ସମସ୍ତିପୁର: ବିହାରର ସମସ୍ତିପୁରର ରେସରାରେ ଏକ ପ୍ରେମ କାହାଣୀ ଦୁଃଖଦ ଅନ୍ତ ଘଟିଛି। ୨୦ବର୍ଷ ବଡ଼ ଶିକ୍ଷକଙ୍କୁ ବିବାହ କରିବାର ଏକବର୍ଷ ପରେ ମହିଳାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ରେସରାରେ ଏକ କୋଚିଂ ପ୍ରତିଷ୍ଠାନ ଚଳାଉଥିବା ଇଂରାଜୀ ଶିକ୍ଷକ ସଙ୍ଗୀତ କୁମାରଙ୍କ ପ୍ରେମରେ ଜଣେ ଛାତ୍ରୀ ପଡ଼ିଯାଇଥିଲେ। ଏହି ଛାତ୍ରୀଙ୍କ ଠାରୁ ଶିକ୍ଷକଙ୍କ ବୟସ ୨୦ବର୍ଷ ବଡ଼ ଥିଲା। ପରିବାରଲୋକଙ୍କ ବାରଣ ସତ୍ତ୍ବେ ଛାତ୍ରୀ ଜଣକ ଜିଦ କରି ୨୦୨୨ ଡିସେମ୍ବର ୭ ତାରିଖରେ ଶିକ୍ଷକ ସଙ୍ଗୀତ କୁମାରଙ୍କୁ ପ୍ରଥମେ କୋର୍ଟରେ ତା’ପ‌ରେ ଏକ ମନ୍ଦିରରେ ବିବାହ କରିଥିଲେ। ବିବାହର ମାତ୍ର ୧ ବର୍ଷ ୪ ମାସ ପରେ ଏହି ପ୍ରେମ ବିବାହର ଦୁଃଖଦ ଅନ୍ତ ଘଟିଛି। ଅର୍ଥାତ ଗତକାଲି ମହାଦେବ ମଠସ୍ଥିତ ସଙ୍ଗୀତ କୁମାରଙ୍କ ବାସଭବନରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କ ପତ୍ନୀ ଶ୍ୱେତାଙ୍କର ମୃତ୍ୟୁଦେହକୁ ପୁଲିସ ଉଦ୍ଧାର କରିଛି।

ଝିଅର ମୃତ୍ୟୁପ‌ରେ ପରିବାରଲୋକ ଅଭିଯୋଗ କରି କହିଛନ୍ତି, ‘ଜ୍ବାଇଁ ସଙ୍ଗୀତ ‌ଶ୍ବେତାଙ୍କ ଗଳାକାଟି ହତ୍ୟା କରିଛନ୍ତି। କାରଣ ଶ୍ବେତା ବୋଧ ହୁଏ  ଜାଣିଥିଲା ତାର ଜୀବନ ପ୍ରତି ବିପଦ ଅଛି। ତେଣୁ ସେ ତାର ଭାଇକୁ ଫୋନ କରି ତାକୁ ନେଇଯିବାକୁ କହିଥିଲା। ଯେତେବେଳେ ଭାଇ ଯାଇ ପହଞ୍ଚିଥିଲା ସଙ୍ଗୀତ ତାକୁ ବୁଝାଇସୁଝାଇ ପଠାଇ ଦେଇଥିଲେ।ଏହାର କିଛି ସମୟ ପରେ ଶ୍ବେତାଙ୍କ ମୃତ୍ୟୁ ଖବର ଆସିଥିଲା।

ଝିଅ ବିବାହ ସମୟରେ ୫ଲକ୍ଷ ଟଙ୍କା ସହିତ ଯୌତୁକ ବାବଦକୁ ବିଭିନ୍ନ ପ୍ରକାର ଆସବାବପତ୍ର ଓ ଅଳଙ୍କାର ଦେଇଥିଲୁ। ଏହାପରେ ବି ତାର ଶାଶୁଘର ଲୋକେ ଆହୁରି ଟଙ୍କା ଓ ଅଳଙ୍କାର ଦାବି କରି ଆସୁଥିଲେ। ଶେଷ‌ରେ ସେମାନେ ଆମ ଝିଅର ଜୀବନ ନେଇଗଲେ।’

ଏହି ଘଟଣାକୁ ନେଇ ଶ୍ବେତାଙ୍କ ସ୍ବାମୀ ସଙ୍ଗୀତ କହିଛନ୍ତି, ସ୍ତ୍ରୀ କାହାକୁ କିଛି ନକହି ଜୀବନ ହାରି ଦେଇଛି। ସେ କେଉଁ କାରଣରୁ ଜୀବନ ହାରି ଦେଇଛି। ସେ କଥା ମୁଁ କହି ପାରିବି ନାହିଁ।

ଖବର ପାଇ ପୁଲିସ ଘଟଣାସ୍ଥଳ‌ରେ ପହଞ୍ଚି ଶ୍ବେତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe