ଶିକ୍ଷକଙ୍କ ଗାଳି ସହି ପାରିଲା ନାହିଁ ଛାତ୍ର; ସୁଇସାଇଡ଼ ନୋଟ ଲେଖି ହାରି ଦେଲା ଜୀବନ

ସ୍କୁଲରେ ଶିକ୍ଷକଙ୍କ ଗାଳି ଶୁଣିବା ପରେ ଛାତ୍ର ବିବେକ ଘରକୁ ଫେରିବା ସମୟରେ ନିକଟସ୍ଥ ଚାଷଜମିରେ ରଖାଯାଇଥିବା ଏକ ଶିଢ଼ିରେ  ଫାଶି ଦେଇ ଜୀବନ ହାରି ଦେଇଥିଲେ। ଛାଡ଼ି ଯାଇଛନ୍ତି ଏକ ହାତଲେଖା ଚିଠି।

ଅଦ୍ୟତନ ହୋଇଛି
9d08faad-39ee-442f-a07e-baeeb2aa12cd

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବୁଲଢାଣାର ଖାମଗାଓଁ ଅଞ୍ଚଳରେ ଶିକ୍ଷକଙ୍କ ଗାଳିରେ ନିରାଶ ହୋଇ ଜଣେ ଛାତ୍ର ଜୀବନ ହାରି ଦେଇଥିବା ଘଟଣା ସାମ୍ନାକୁ ଆସିଛି। ମୃତ ଛାତ୍ରଙ୍କ ନାମ ବିବେକ ସେ ଜୟ ବଜରଙ୍ଗ ବିଦ୍ୟାଳୟରେ ପାଠପଢ଼ୁ ଥିବା ଜଣାପଡ଼ିଛି। 

ସୂଚନାଯୋଗ୍ୟ, ସ୍କୁଲରେ ଶିକ୍ଷକଙ୍କ ଗାଳି ଶୁଣିବା ପରେ ଛାତ୍ର ବିବେକ ଘରକୁ ଫେରିବା ସମୟରେ ନିକଟସ୍ଥ ଚାଷଜମିରେ ରଖାଯାଇଥିବା ଏକ ଶିଢ଼ିରେ  ଫାଶି ଦେଇ ଜୀବନ ହାରି ଦେଇଥିଲେ। 

ବିବେକଙ୍କ ସହପାଠୀଙ୍କ କହିବାନୁସାରେ, ବିବେକକୁ ଶ୍ରେଣୀରେ ଶିକ୍ଷକ କିଛି ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ସେ ଦେଇ ପାରି ନଥିଲା। ଏହାପରେ ଶିକ୍ଷକ ରାଗି ଯାଇ ଏନେଇ ବିବେକର ବାପାଙ୍କ ସହ କଥା ହେବେ ବୋଲି କହିଥିଲେ। ଯାହାପରେ ଶ୍ରେଣୀଗୃହରେ ଥିବା ପିଲାମାନେ ଠୋଠୋ ହୋଇ ହସିବାରକୁ ଲାଗିଥିଲେ। ଯାହା ବିବେକକୁ ଭଲ ଲାଗି ନଥିଲା।

ଜୀବନ ହାରିବା ପୂର୍ବରୁ ବିବେକ ହାତରେ ଏକ ଚିଠି ଲେଖିଥିଲେ। ଯାହାକି ତାଙ୍କ ପକେଟରୁ ପୁଲିସ ଉଦ୍ଧାର କରିଛି। ଏହି ଚିଠିରେ ବିବେକ ଲେଖିଥିଲେ,‘ ସୂର୍ଯ୍ୟବଂଶୀ ଶିକ୍ଷକ ମୋତେ ବହୁତ ଗାଳି ଦେଇଥିବାରୁ ମୁଁ ଫାଶୀ ଦେଉଛି । ସେ ମୋ ପିତାମାତାଙ୍କ ବିଷୟରେ ମଧ୍ୟ କହିଥିଲେ। ଯାହାକି ମୋତେ ଖୁବ ବାଧିଛି, ତେଣୁ ମୁଁ ଫାଶୀ ଦେଉଛି...।' 

ଜୀବନ ହାରିବା ପାଇଁ ପ୍ରବର୍ତ୍ତାଇବା ହେତୁ ବିବେକଙ୍କ ପରିବାର ଓ ଗ୍ରାମବାସୀ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୁଲିସ ଶିକ୍ଷକ ସୂର୍ଯ୍ୟବଂଶୀଙ୍କୁ ଗିରଫ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe