ଚାରି ବର୍ଷୀୟ ନାବାଳିକାକୁ ଅପହରଣ କରି ତା’ସହିତ ଦୁଷ୍କର୍ମ କରିଥିବା ଶିକ୍ଷକଙ୍କୁ ଫାଶୀ ଦଣ୍ଡାଦେଶ

Advertisment
ଚାରି ବର୍ଷୀୟ ନାବାଳିକାକୁ ଅପହରଣ କରି ତା’ସହିତ ଦୁଷ୍କର୍ମ କରିଥିବା ଶିକ୍ଷକଙ୍କୁ ଫାଶୀ ଦଣ୍ଡାଦେଶ

ଜବଲପୁର:ମଧ୍ୟପ୍ରଦେଶ ଉଚ୍ଚ ନ୍ୟାୟାଳୟ ଜଣେ ଚାରି ବର୍ଷୀୟ ନାବାଳିକାକୁ ଅପହରଣ କରି ତା’ସହିତ ଦୁଷ୍କର୍ମ କରିଥିବା ଶିକ୍ଷକଙ୍କୁ ଫାଶୀ ଦଣ୍ଡାଦେଶ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତଳ କୋର୍ଟ ବି ଉକ୍ତ ଶିକ୍ଷକଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ। ତାକୁ ଉଚ୍ଚ ନ୍ୟାୟାଳୟ ମଧ୍ୟ କାୟମ ରଖିଛନ୍ତି। ଉଚ୍ଚ ନ୍ୟାୟାଳୟର ନ୍ୟାୟାଧୀଶ ପି.କେ ଜାୟସଓ୍ଵାଲ ତଥା ବିଚାରପତି ଅଂଜୁଲୀ ପାଲୋଙ୍କ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି।

ଏଠାରେ ସୂଚନାଯୋଗ୍ୟଯେ ସତନା ଜିଲ୍ଲାର ଉଚେହରା ଥାନା ଅଞ୍ଚଳରେ ଥିବା ଆଦିବାସୀ ବୃନ୍ଦ ଗାଆଁ ପରସମନିୟାଠାରେ ଜୁନ୍‌ ୩୦ ତାରିଖ ଓ ଜୁଲାଇ ୧ ତାରିଖରେ ଅଭିଯୁକ୍ତ ମହେନ୍ଦ୍ର ସିଂହ ଗୌଣ୍ଡ ମଦ ନିଶାରେ ନାବାଳିକା ଘରେ ପହଞ୍ଚିଥିଲା। ଅଭିଯୁକ୍ତର ବାପା ଯେତେବେଳେ ଶୌଚ କରିବାକୁ ଯାଇଥିଲେ,ସେତେବେଳେ ସେ ପୀଡ଼ିତାକୁ ଅପହରଣ କରି ଜଙ୍ଗଲକୁ ନେଇଥିଲା। ସେଠାରେ ସେ ଚାରି ବର୍ଷର ନାବାଳିକା ସହିତ ଦୁଷ୍କର୍ମ କରିଥିଲା ଓ ସେ ମୃତ ଭାବି ଶିଶୁ କନ୍ୟାକୁ ଛାଡି ଚାଲିଯାଇଥିଲା। ଝିଅକୁ ଘରେ ନ ପାଇ ବାପା ବହୁ ଖୋଜାଖୋଜି ପରେ ବି ପାଇ ନଥିଲା। ତା’ପରେ ସେ ଥାନାରେ ଏତଲା ଦେଇଥିଲେ। ନାବାଳିକାର ଚିକିତ୍ସା ଏମ୍‌ସରେ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe