ପୁଅ ହତ୍ୟାର ଏକମାତ୍ର ସାକ୍ଷୀ ଥିଲେ ବାପା, ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ

Advertisment
ପୁଅ ହତ୍ୟାର ଏକମାତ୍ର ସାକ୍ଷୀ ଥିଲେ ବାପା, ଗୁଳି ମାରି ହତ୍ୟା କଲେ ଦୁର୍ବୃତ୍ତ

ପାଟନା: ଗତ କିଛି ଦିନ ମଧ୍ୟରେ ବିହା‌ରରେ ରକ୍ତରେ ହୋଲି ଖେଳୁଛନ୍ତି ଅପରାଧୀ। କିଛି ଦିନ ତଳେ ଜଣେ ସାମ୍ବାଦିକଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଥିବା ବେଳେ ଏବେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଓ ଜଣେ ଠିକାଦାରଙ୍କୁ ହତ୍ୟା କରାଯାଇଛି। ଏହି ଦୁଇଟି ଘଟଣା ବେଗୁସରାୟ ଓ ମୋତିହାରୀରେ ଘଟିଛି। ରବିବାର ଦିନ ଅପରାଧୀମାନେ ରାଜ୍ୟରେ ଦୁଇଟି ହତ୍ୟା କରିଛନ୍ତି। ଗୋଟିଏ ପଟେ ବେଗୁସରାୟରେ ସକାଳେ ଚାଲିବାକୁ ଯାଇଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସର୍ବସାଧାରଣରେ ଗୁଳି କରାଯାଇଥିବା ବେଳେ ଅନ୍ୟ ପଟେ ମୋତିହାରୀରେ ଜଣେ ଠିକାଦାରଙ୍କୁ ହତ୍ୟା କରାଯାଇଛି।

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଫତେହା ରେଳ ଷ୍ଟେସନ ନିକଟରେ ହତ୍ୟା କରାଯାଇଛି। କୁହାଯାଉଛି ଯେ ବ୍ୟକ୍ତିଗତ ଶତ୍ରୁତା ହେତୁ ଅପରାଧୀମାନେ ୭୦ ବର୍ଷ ବୟସ୍କ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗୁଳି ଚଳାଇଥିଲେ। ମୃତକଙ୍କ ନାମ ଜବାହର ରାୟ ବୋଲି ଜଣାପଡ଼ିଥିବା ବେଳେ ସେ ଫତେହା ଗାଁର ବାସିନ୍ଦା ଥିଲେ। ୨୦୨୧ ମସିହା ଫେବ୍ରୁଆରିରେ ଅପରାଧୀମାନେ ଜବାହରଙ୍କ ପୁଅକୁ ହତ୍ୟା କରିଥିଲେ। ଏହି ହତ୍ୟାକଣ୍ଡର ଏକମାତ୍ର ସାକ୍ଷୀ ଥିଲେ ଜବାହର।

ଅନ୍ୟପକ୍ଷରେ ବିହାରର ମୋତିହାରୀରେ ପନିପରିବା କିଣିବାକୁ ଯାଇଥିବା ଠିକାଦାରଙ୍କୁ ମଧ୍ୟ ଆଜି ଗୁଳି କରି ହତ୍ୟା କରାଯାଇଛି। ଅପରାଧୀମାନେ ଚକିଆ ପୁଲିସ ଷ୍ଟେସନ ଛକରେ ଠିକାଦାରଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ଘଟଣା ଘଟିବା ସମୟରେ ଠିକାଦାର ରାଜୀବ କୁମାର ପରିବା କିଣୁଥିଲେ। ଆକ୍ରମଣ ପରେ ରାଜୀବଙ୍କ ଛାତିରେ ଦୁଇଟି ଗୁଳି ବାଜିଥିଲା। ଏହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe