ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ନାମରେ ନକଲି ଆକାଉଣ୍ଟ୍‌ ଖୋଲି ଆପତ୍ତିଜନକ ପୋଷ୍ଟ୍‍ ଦେଉଥିବା ବ୍ୟକ୍ତି ଗିରଫ

Advertisment
ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ ନାମରେ ନକଲି ଆକାଉଣ୍ଟ୍‌ ଖୋଲି ଆପତ୍ତିଜନକ ପୋଷ୍ଟ୍‍ ଦେଉଥିବା ବ୍ୟକ୍ତି ଗିରଫ

ମୁମ୍ବାଇ: କ୍ରିକେଟ୍‌ ତାରକା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ନାମରେ ଏକ ନକଲି ଟୁଇଟର ଆକାଉଣ୍ଟ୍‌ ଖୋଲିଥିବା ଅଭିଯୋଗରେ ଗୁରୁବାର ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ଧେରୀ ଅଞ୍ଚଳର ଏହି ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ସଫ୍ଟେଓ୍ଵୟାର୍‌ ଇଞ୍ଜିନିୟର। ସେ ସାରାଙ୍କ ନାମରେ ଖୋଲିଥିବା ନକଲି ଆକାଉଣ୍ଟ୍‌ରୁ ଏନ୍‌ସିପି ମୁଖ୍ୟ ସରଦ ପାଓ୍ଵାରଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇ ପୋଷ୍ଟ ସବୁ କରୁଥିଲେ। ସାଇବର୍‌ ପୁଲିସ୍‌ ଅଭିଯୁକ୍ତ ନୀତିନ ସିସୋଡ଼େଙ୍କୁ(୩୯) ଗିରଫ କରିବା ସହ ଏକ ଲାପ୍‌ଟପ୍‌, ୨ଟି ମୋବାଇଲ୍‌ ଫୋନନ, ଗୋଟାଏ ରାଉଟର୍‌ ଏବଂ ଅନ୍ୟ କମ୍ପ୍ୟୁଟର୍‌ ସରଞ୍ଜାମ ଜବତ କରିଛି। ଜବତ ପରେ ସିସୋଡିଙ୍କୁ ଫେବ୍ରୁଆରି ୯ ତାରିଖ ପର୍ଯ୍ୟନ୍ତ ପୁଲିସ୍‌ ହେପାଜତରେ ରଖାଯାଇଛି।

ସଚିନ ତେନ୍ଦୁଲକର୍‌ଙ୍କ ଆସିଷ୍ଟାଣ୍ଡ୍‌ ସାଇବର୍‌ ପୁଲିସ୍‌ରେ ଏକ ଅଭିଯୋଗ କରିଥିଲେ। ଲଣ୍ଡନରେ ରହି ପାଠ ପଢୁଥିବା ସାରାଙ୍କ ବିରୋଧରେ କେହି ନକଲି ଆକାଉଣ୍‌୍‌ ଖୋଲିଛି ବୋଲି ଆସିଷ୍ଟାଣ୍ଟ୍‌ ଅଭିଯୋଗ ଆଣିଥିଲେ। ଜାଣିବାକୁ ମିଳିଛି ଯେ ତାହା ଏକ ନକଲି ଆକାଉଣ୍ଟ୍‌ ବୋଲି ସଚିନ ପୁର୍ବରୁ ଅନେକ ଥର କହି ସାରିଥିଲେ।

publive-image

ଉକ୍ତ ନକଲି ଅକାଉଣ୍ଟ୍‌ @sarasachin_rt ଆଇଡିରେ ଅନେକ ରାଜନୈତିକ ପୋଷ୍ଟ୍‍ ସବୁ ଅପଲୋଡ୍‌ ହୋଇଛି। ପୁଲିସ୍‌ ସେହି ଆକାଉଣ୍ଟ୍‌କୁ ତନାଘନା କରିବା ପରେ ଦେଖିବାକୁ ପାଇଲା ଯେ ସେଠାରେ ଅନେକ ଜଣ କମେଣ୍ଟ୍‌ ଦେଇଥିଲେ ଯେ ତାହା ସାରାଙ୍କ ଅକାଉଣ୍ଟ୍‌ ନୁହେଁ। ସାରା ରାଜନୀତିରେ ସଉକ ରଖନ୍ତି ନାହିଁ ବୋଲି ସାରଙ୍କୁ ଚିହ୍ନିଥିବା କେତେକ ନିକଟ ସଂପର୍କୀୟଙ୍କ କମେଣ୍ଟ୍‌ ପଢ଼ିବା ପରେ ପୁଲିସ୍‌ର ସନ୍ଦେହ ବଢ଼ିଥିଲ। ପୁଲିସ୍‌ ଟେକ୍‌ନୋଲୋଜିର ସହାୟ ନେଇ ଟ୍ରାକ୍‌ କରିବା ଦ୍ୱାରା ଏହି ଆକାଉଣ୍ଟ୍‌ ସିସୋଡେ ହାଉସ୍‌ର ଏକ ନିର୍ଦ୍ଦିଷ୍ଟ ରାଉଟର ଦ୍ୱାରା ପରିଚାଳିତ ହେଉଛି ବୋଲି ଜାଣିବାକୁ ମିଳିଥିଲା।

ଅନ୍ୟପକ୍ଷରେ ସିସୋଡେଙ୍କ ଓକିଲ ଅଜୟ ଦୁବେ ନିଜ କ୍ଲାଇଣ୍ଟ୍‌ ପକ୍ଷରୁ ସଫେଇ ଦେଇ କହିଛନ୍ତି, ‘ ସିସୋଡେଙ୍କୁ ଫସାଇ ଦିଆଯାଇଛି। ମୋ କ୍ଲାଇଣ୍ଟ୍‌ ସେକେଣ୍ଡ୍‌ ହ୍ୟାଣ୍ଡ୍‌ କମ୍ପୁଟର୍‌ ଓ ଲାପଟାପ କିଣା ବିକା କରନ୍ତି। କେହି ଜଣେ ତାଙ୍କ ବିକ୍ରି ଲାପ୍‌ଟପ ଜରିଆରେ ଏପରି କରିଛି। ମାତ୍ର ଏକଥା ପୁଲିସ୍‌ ନ ବୁଝି ଅଯଥାରେ ତାଙ୍କୁ ଗିରଫ କରିଛ।’ ଉଲ୍ଳେଖଯୋଗ୍ୟ, ପୁଲିସ୍‌ ବର୍ତ୍ତମାନ ସିସୋଡେଙ୍କ ଲାପ୍‌ଟପକୁ ଫରେନସିକ୍‌ ଯାଞ୍ଚ୍‌ ପାଇଁ ବିଶେଷଜ୍ଞଙ୍କ ନିକଟକୁ ପଠାଇବ ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe