ପୁଅକୁ ପତ୍ନୀଙ୍କ ପ୍ରେମିକ ଭାବି କୁରାଢ଼ି ଚୋଟ ପକାଇଲେ ତେଲେଙ୍ଗାନାର ଜଣେ ଲୋକ

Advertisment
ପୁଅକୁ ପତ୍ନୀଙ୍କ ପ୍ରେମିକ ଭାବି କୁରାଢ଼ି ଚୋଟ ପକାଇଲେ ତେଲେଙ୍ଗାନାର ଜଣେ ଲୋକ

Image Courtesy of TOI

କୁର୍ଣ୍ଣୁଲ୍‌: ପତ୍ନୀଙ୍କ ପ୍ରେମିକ ଭାବି ଭୁଲ୍‌ କ୍ରମେ ନିଜର ୧୪ ବର୍ଷିୟ ପୁଅକୁ କୁରାଢ଼ିରେ ଆକ୍ରମଣ କରିଛନ୍ତି ଜଣେ ବ୍ୟକ୍ତି। ଶୁକ୍ରବାର ଦିନ କୁର୍ଣ୍ଣୁଲ୍‌ ଜିଲ୍ଲା ଅନ୍ତର୍ଗତ ବେଥାମାଚେର୍‌ଲା ମଣ୍ଡଳର ଗୁଟୁପଲେ ଗାଁ’ରେ ଏ ଭଳି ଘଟଣା ଘଟିଛି।

ପୀଡ଼ିତଙ୍କ ନାଁ’ ହେଉଛି ପର୍ଶୁରାମ। ବେଥାମାଚେର୍‌ଲା ପୁଲିସ କହିବା ଅନୁସାରେ, ଗତ କେତେ ମାସ ହେବ ବାପପୁଅଙ୍କ ମଧ୍ୟରେ ପାରିବାରିକ ବାଦବିସମ୍ବାଦ ଚାଲିଥିଲା।

ଶୁକ୍ରବାର ସକାଳେ ବାପା ସୋମନ୍ନା ଗୋଟାଏ କୁରାଢ଼ି ଧରି ପୁଅକୁ ଚୋଟ ପକାଇଥିଲେ। ନିଜକୁ ବଞ୍ଚାଇବାକୁ ଶତ ଉଦ୍ୟମ କରି ମଧ୍ୟ ପୁଅ ହାତ ଏବଂ କାନ୍ଧରେ ଗଭୀର କ୍ଷତ ହୋଇଥିଲା।

ପୁଲିସ କହେ: ସୋମନ୍ନାଙ୍କ ପତ୍ନୀଙ୍କର କାହା ସହ ପରକୀୟ ପ୍ରୀତି ଥିବା କଥା ଶୁଣାଯାଉଛି। ପୁଅଟି ଖଟରେ ଶୋଇଥିବାବେଳେ ଅଭିଯୁକ୍ତ ବାପ ତାକୁ ପତ୍ନୀଙ୍କ ପ୍ରେମିକ ଭ୍ରମରେ ଆକ୍ରମଣ କରିଥିଲେ।

ପୁଅକୁ ଆକ୍ରମଣ କରିଛନ୍ତି ବୋଲି ଜାଣିବା ପରେ ସେ କାନ୍ଦି ପକାଇଥିଲେ। ଆଇପିସି ଧାରା ୩୦୭ରେ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe