ଟେଲିକମ୍ ଅଫିସ୍‌ରୁ କେବୁଲ୍ ଚୋରି, ୩ ଗିରଫ

Advertisment
ମନ୍ଦିରରୁ ଲାଇଟ୍‌ ଚୋରି ବେଳେ ଜଣେ ଗିରଫ

India Today

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ବିଡିଏ କଲୋନି ଛକରେ ଥିବା ଏକ ଟେଲିକମ୍ କମ୍ପାନି କାର୍ଯ୍ୟାଳୟରୁ କେବୁଲ୍ ତାର ଚୋରି ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ୩ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, କୋଲକାତା ଦମ୍‌ଦମ୍ ଅଞ୍ଚଳର ସାହା ଆଲାମ୍(୨୪), ସହିଦ୍ ଅନୱର୍(୨୦) ଓ ଜାକିର୍ ହୁସେନ୍(୨୪)। ଏମାନେ ଭୁବନେଶ୍ବରର ଜଣେ ଠିକାଦାରଙ୍କ ଅଧୀନରେ ଉକ୍ତ ଟେଲିକମ୍ କମ୍ପାନି ପାଇଁ ‌କେବୁଲ୍‌ ଯୋଡ଼ିବା କାମ କରୁଥିଲେ। ଗତ ୧୧ ତାରିଖ ରାତିରେ ଏମାନେ କମ୍ପାନିରୁ ବହୁ ଦାମୀ କେବୁଲ୍ ନେଇ ଫେରାର୍ ହୋଇଯାଇଥିଲେ। ଏ ସଂପର୍କରେ କମ୍ପାନିର ମ୍ୟାନେଜର୍ ଶୁଭେନ୍ଦୁ ସାଇ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଗତକାଲି ଅଭିଯୁକ୍ତମାନେ ସେହି ଚୋରି କେବୁଲ୍‌କୁ ଡମଣା ନିକଟ ଏକ ଗୋଦାମରେ ବିକ୍ରି କରୁଥିବା ବେଳେ ପୁଲିସ୍ ହାତରେ ଧରାପଡ଼ିଥିଲେ। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe