ସଂସଦରେ ସାଂସଦ ଦେଖୁଥିଲେ ଅଶ୍ଳୀଳ ଫଟୋ; କ୍ୟାମେରାରେ ହେଲେ କୈଦ

ସଂସଦରେ ସାଂସଦ ଦେଖୁଥିଲେ ଅଶ୍ଳୀଳ ଫଟୋ; କ୍ୟାମେରାରେ ହେଲେ କୈଦ

oneindia.com

ବ୍ୟାଙ୍କକ : ଥାଇଲ୍ୟାଣ୍ଡ ସଂସଦ ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ସଂସଦରେ ବସି ମୋବାଇଲରେ ଆପତ୍ତିଜନକ ଚିତ୍ର ଦେଖୁଥିବା ବେଳେ ଜଣେ ସାଂସଦ କ୍ୟାମେରାରେ ଧରାପଡିଛନ୍ତି। ବଜେଟ୍ ଅଧିବେଶନରେ ସମସ୍ତ ସାଂସଦ ଡକ୍ୟୁମେଣ୍ଟ୍ ପରିଚାଳନାରେ ବ୍ୟସ୍ତ ଥିବାବେଳେ ସାଂସଦ ରୋନାଥେପ ଅନୁବତ ତାଙ୍କ ସ୍ମାର୍ଟଫୋନରେ ଅଶ୍ଳୀଳ ଛବି (ପର୍ଣ୍ଣ) ଦେଖୁଥିଲେ।

ଯେତେବେଳେ ଏହି ଘଟଣା ପ୍ରଘଟ ହୋଇ ବିବାଦ ସୃଷ୍ଟି ହୋଇଥିଲା ସାଂସଦ ସଂସଦରେ ଅଶ୍ଳୀଳ ଫଟୋ ଦେଖିବା କଥା ସ୍ବୀକାର କରି ଏହାପୂର୍ବରୁ ୨୦୧୨ରେ ସାମ୍ବିଧାନିକ ସଂଶୋଧନ ସମୟରେ ବ୍ୟାଙ୍କକ୍ ସାଂସଦ ନାଟ ବନତାଦତନ ମଧ୍ୟ ପର୍ଣ୍ଣ ଦେଖୁଥିବା ଅବସ୍ଥାରେ ଧରା ପଡ଼ିଥିବା କଥା କହିଥିଲେ।

स्पीकर ने कार्रवाई से किया इनकार oneindia.com

ଗୁରୁବାର ଦିନ ଥାଇଲ୍ୟାଣ୍ଡର ସଂସଦରେ ବଜେଟ୍ ଉପରେ ଆଲୋଚନା ହେବାର ଥିଲା। ସମସ୍ତ ସାଂସଦ ବଜେଟ୍ ପାଇଁ ଡକ୍ୟୁମେଣ୍ଟ୍ ଦେଖିବାରେ ବ୍ୟସ୍ତ ଥିଲେ। ଏଥି ସହିତ ସାଂସଦ ରୋନାଥେପ ଅନୁବତ ଫୋନରେ ଆଉ କିଛି କରିବାରେ ବ୍ୟସ୍ତ ଥିଲେ। ପ୍ରେସ ଗ୍ୟାଲେରୀରେ ବସିଥିବା ସାମ୍ବାଦିକମାନେ ତାଙ୍କ ଫଟୋ ଉଠାଇଥିଲେ। ଫଟୋକୁ ଜୁମ୍ କରିବା ପରେ ଦେଖିବାକୁ ମିଳିଥିଲା ଯେ ବଜେଟ୍ ରିଡିଂ ପଢ଼ିବା ପରିବର୍ତ୍ତେ ରୋନାଥେପ୍ ମହିଳାଙ୍କ ଆପତ୍ତିଜନକ ଫଟୋ ଦେଖୁଥିଲେ। ଏହି ସମୟ ମଧ୍ୟରେ ସେ ମୁହଁରୁ ମାସ୍କ ବି ବାହାର କରି ଦେଇଥିଲେ।

ରୋନାଥେପ ଅନୁବତ୍ ଫୋନରେ ପାଖାପାଖି ୧୦ ମିନିଟ୍ ପର୍ଯ୍ୟନ୍ତ ଏଭଳି ମହିଳାଙ୍କ ଅଶ୍ଳୀଳ ଫଟୋ ଦେଖୁଥିଲେ | ଯେଉଁଥିରେ ଜଣେ ମହିଳା ଟପଲେସ ଥିବା ବେଳେ ଦ୍ୱିତୀୟ ଫଟୋରେ ମହିଳା ଜଣକ ଉଲଗ୍ନ ହୋଇ ଖଟରେ ପଡ଼ିଥିବା ଦେଖିବାକୁ ମିଳୁଛି। |

ଅଶ୍ଳୀଳ ଫଟୋ ଦେଖିବାକୁ ନେଇ ସେ ସଫେଇ ଦେଇ କହିଛନ୍ତି ଯେ କିଛି ଝିଅ  ଟଙ୍କା ଏବଂ ସାହାଯ୍ୟ ମାଗି ଏହି ଫଟୋ ପଠାଇଥିଲେ। ମୁଁ ଜାଣିବାକୁ ଚେଷ୍ଟା କରୁଥିଲି କି ଝିଅଟି ଅପରାଧୀଙ୍କ ପାଖରେ ଅଛି କି? ଯେଉଁମାନେ ତାଙ୍କୁ ଏପରି ଫଟୋ ଉଠାଇବାକୁ ବାଧ୍ୟ କରୁଛନ୍ତି? ମୁଁ ସେସବୁ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲି। ଝିଅଗୁଡ଼ିକ ଟଙ୍କା ମାଗୁଥିବା ଦେଖି ମୁଁ ଫଟୋ ସବୁକୁ ଡିଲିଟ କରି ଦେଇଥିଲି। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe