ହସ୍ପିଟାଲର ପାର୍କିଂରୁ ମିଳିଲା ଇନ୍‌ଫ୍ଲୁଏନସରଙ୍କ ମୃତଦେହ

ghf

ଚଣ୍ଡିଗଡ଼: ପାର୍କିଂରୁ ମିଳିଲା ଇନ୍‌ଫ୍ଲୁଏନସରଙ୍କ ଶବ। ପଞ୍ଜାବର ଏକ ହସ୍ପିଟାଲର ପାର୍କିଂରୁ ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ମୃତଦେହ ମିଳିଛି। ପାର୍କ ହୋଇଥିବା କାର୍ ଭିତରୁ ତାଙ୍କର ମୃତଦେହ ମିଳିଥିବା ଜଣାଯାଇଛି। ମୃତକଙ୍କ ନାମ କମଲ କୌର ଭାବୀ।

ପୁଲିସର କହିବା ଅନୁଯାୟୀ, କମଲ କୌରଙ୍କ ମୃତଦେହ ବହୁ ଦିନ ଧରି କାରର ଟ୍ରଙ୍କରେ ବନ୍ଦ ଥିଲା। ଦୁର୍ଗନ୍ଧ ହେବା ପରେ ପୁଲିସକୁ ଡକାଯାଇଥିଲା ଏବଂ କାରର ଟ୍ରଙ୍କ ଖୋଲାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କମଲ କୌର ଭାବୀଙ୍କୁ ପୂର୍ବରୁ ହତ୍ୟା ଧମକ ମିଳିଥିଲା। କମଲ କୌର ଲୁଧିଆନାର ବାସିନ୍ଦା ଥିଲେ ଏବଂ ପ୍ରାୟତଃ ତାଙ୍କ ରିଲ୍ ପାଇଁ ଚର୍ଚ୍ଚାରେ ରହୁଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ତାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ଥିଲେ।

ଏହି ଘଟଣା ବିଷୟରେ ଏସପି ସିଟି ନରେନ୍ଦ୍ର ସିଂହ କହିଛନ୍ତି ଯେ,  ଆଦେଶ ହସ୍ପିଟାଲର ପାର୍କିଂରେ ପାର୍କି ହୋଇଥିବା କାର୍‌ରୁ  ଦୁର୍ଗନ୍ଧ ଆସୁଥିବା ଦେଇ ଆମକୁ ଫୋନ କଲ୍ ମାଧ୍ୟମରେ ସୂଚନା ମିଳିଥିଲା। ସୂଚନା ପାଇ ଆମର ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ପହଞ୍ଚି ଯାଞ୍ଚ କରିବା ପରେ ପାର୍‌ ଭିତରୁ ମହିଳାଙ୍କ ମୃତଦେହ ମିଳିଥିଲା। ପ୍ରଥମେ ମୃତଦେହ ଚିହ୍ନଟ ହୋଇପାରିନଥିଲେ ବି ପରେ ମୃତକର ନାମ କାଞ୍ଚନ କୁମାରୀ ଓରଫ କମଲ କୌର ବୋଲି ଜଣାପଡ଼ିଥିଲା। ସେ ଲୁଧିଆନାର ବାସିନ୍ଦା। ତାଙ୍କ ବୟସ ପ୍ରାୟ ୩୦ବର୍ଷ ହୋଇଥିବା ବେଳେ ଭଟିଣ୍ଡାକୁ ଏକ ପ୍ରମୋସନାଲ୍ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଛି କହି ସେ ଜୁନ୍ ୯ ତାରିଖରେ ତାଙ୍କ ଘରୁ ବାହାରିଥିଲେ। ଏହା ପରେ ତାଙ୍କ ପତ୍ତା ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe