ବିଜୁଳି ତାରରେ ଝୁଲି ଯୁବକ କରୁଛନ୍ତି ହଙ୍ଗାମା, ପୁଲିସ ହେଲା ନାକେଦମ

ବିଜୁଳି ତାରରେ ଝୁଲି ଯୁବକ କରୁଛନ୍ତି ହଙ୍ଗାମା, ପୁଲିସ ହେଲା ନାକେଦମ

ନୂଆଦିଲ୍ଲୀ :କେରଳରେ ଜଣେ ବ୍ୟକ୍ତି ବିଦ୍ୟୁତ ତାର ଉପରେ ଚଢ଼ି ଘଣ୍ଟାଘଣ୍ଟା ଧରି ହାଏ ଭୋଲଟେଜ ଡ୍ରାମା କରିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା। ଯାହାକି ଭାଇରାଲ ହୋଇଯାଇଛି।

ଭିଡିଓରେ ଜଣେ ଯୁବକ କଳାରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି। ଆଉ ‌ସେ ବିଦ୍ୟୁତ ତାରରେ ଝୁଲିଝୁଲି ଆଗକୁ ପଛକୁ ହେଉଥିବା ଦେଖିବାକୁ ମିଳୁଛି। ତେବେ ଯୁବକଙ୍କ ଏଭଳି ବିପଦପୂର୍ଣ୍ଣ କାମକୁ ଦେଖି ସ୍ଥାନୀୟଲୋକେ ପୁଲିସ ଓ ଅଗ୍ନିଶମ ବିଭାଗକୁ  ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକଙ୍କୁ ବିଦ୍ୟୁତ ତାରରୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଯୁବକ ଜଣକ ଘଟଣାସ୍ଥଳରେ ଥିବା ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ନାକେଦମ କରି ରଖି ଦେଇଥିଲେ।

ପୁଲିସ ଯୁବକଙ୍କୁ ତଳକୁ ଓହ୍ଲାଇ ଯିବାକୁ ବହୁତ ଅନୁରୋଧ କରିଥିଲା। କିନ୍ତୁ ଯୁବକ ଜଣକ କାହରି କିଛି କଥା ଶୁଣିବାକୁ ପ୍ରସ୍ତୁତ ନଥଲେ। ଶେଷରେ ପୁଲିସ ଆଉ କିଛି ଉପାୟ ନପାଇ ସେ ବିଦ୍ୟୁତ ତାରକୁ ଜୋରଜୋର ହଲାଇ ଯୁବକଙ୍କୁ ତଳକୁ ଖସାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଯୁବକ ଜଣକ ବିଦ୍ୟୁତ ତାରରେ ହାତ ଓ ‌ଗୋଡ଼ ଛନ୍ଦି ସେମିତି ଝୁଲି ରହିଥି‌ଲେ। ବହୁ ଚେଷ୍ଟା ପରେ ପୁଲିସ ଯୁବକଙ୍କୁ ସୁରକ୍ଷିତଭାବେ ବିଦ୍ୟୁତ ତାରରୁ ଉଦ୍ଧାର କରିଥିଲା। ତେବେ ଯୁବକ ଜଣକ ଏପରି କାହିଁକି କରିଥିଲେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe