ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ: ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

Advertisment
ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ: ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ନୂଆଦିଲ୍ଲୀ: ‘ଯାହାକୁ ରଖିବ ଅନନ୍ତ କି କରି ପାରିବ ବଳବନ୍ତ’। ଏହି ଉକ୍ତର ଅନେକ ଉଦାହରଣ ଆମେ ନିକଟରେ ଦେଖିବାକୁ ପାଇଛେ। ଏହି ଉକ୍ତି ସହିତ ଜଡ଼ିତ ଆଉ ଏକ ଘଟଣା ମେଟ୍ରୋରେ ଘଟିଛି। ଯାହାର ଏକ ଭିଡିଓ  ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଭାଇରାଲ ଭିଡିଓରେ ଜଣେ ଯାତ୍ରୀ ଚଳନ୍ତା ମେଟ୍ରୋର ଦ୍ବାର ଖୋଲିବାକୁ ଚେଷ୍ଟା କରୁଛନ୍ତି। ଏତିକି ବେଳେ ହଠାତ ମେଟ୍ରୋ ଦ୍ବାରଟି ଖୋଲି ଯାଇଥିଲା। ଯାତ୍ରୀ ଜଣକ କିଛି ବୁଝିବା ପୂର୍ବରୁ ସେ ଯାଇ ପ୍ଲାଟଫର୍ମର ଚଟାଣରେ କଚାଡ଼ି ହୋଇପଡ଼ିଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ ସେ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କର ଜୀବନ ବଞ୍ଚି ଯାଇଛି।

ତେବେ ଏହି ଘଟଣା ଦେଖି ଅନେକ ପ୍ରଶ୍ନ ଉଠୁଛି କି, ବାରମ୍ବାର ଲୋକମାନଙ୍କୁ ସଚେତନ କରାଯାଉଥିଲେ ବି ଏଭଳି କାମ ସେମାନେ କରିବାକୁ କିପରି ଚିନ୍ତା କରନ୍ତି। ଏମିତି କାମ କରି ନିଜ ଜୀବନ ସହିତ ସେମାନେ ଅନ୍ୟର ଜୀବନକୁ ବିପଦରେ ପକାଇ ଥାଆନ୍ତି।

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଏମିତି ଘଟଣା ଅନେକ ଘଟିଥିବାର ନଜରକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe